ଖଲ୍ଲିକୋଟ : 22/2 ବହୁ ପ୍ରତିକ୍ଷିତ ଲକ୍ଷ୍ମୀ ବସ ଯୋଜନା ଗଞ୍ଜାମ ରେ ଶୁଭାରମ୍ଭ ହେବା ପରେ ଗୁରୁବାର ଦିନ ଖଲ୍ଲିକୋଟ ବ୍ଲକ ରେ ଦୁଇ ଗୋଟି ଲକ୍ଷ୍ମୀ ବସ ଖଲ୍ଲିକୋଟ ବସ ରେ ଗଡ଼ିଥିବା ଜଣାପଡିଛି |ଉକ୍ତ ଲକ୍ଷ୍ମୀ ବସ କୁ ଖଲ୍ଲିକୋଟ ବ୍ଲକ ପରିସର ରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ |ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ଯୁବ ବିଜେଡ଼ି ସଭାପତି ଦୟାନିଧି ସାହୁ ଓ ବିଜେଡ଼ି ଯୁବ ନେତା ସତ୍ୟଭୂଷଣ ସ୍ୱାଇଁ ଓ ଭାରପ୍ରାପ୍ତ ଜି ପି ଓ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |ପ୍ରକାଶ ଥାଉକି ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଖଲ୍ଲିକୋଟ ବ୍ଲକ 29 ଗୋଟି ପଂଚାୟତ ର ବିଭିନ୍ନ ଛକ ଜାଗା ମାନଙ୍କ ରେ 62 ଗୋଟି ଯାତ୍ରୀ ବିଶ୍ରାମ ଗାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି |ଈତି ମଧ୍ୟରେ ବ୍ଲକ ର ରାସ୍ତା କଡ ରେ ଥିବା ପୁରାତନ ବିଶ୍ରାମ ଗାର ଗୁଡିକ ମଧ୍ୟରୁ 8 ଗୋଟି ମରାମତି କାର୍ଯ୍ୟ ଶେଷ ହୋଇଛି |ସେହିପରି ଆଗାମୀ ଗ୍ରୀଷ୍ମ କୁ ଆଖି ଆଗରେ ରଖି ବିଶ୍ରାମ ଗାର ମାନଙ୍କ ନିକଟରେ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି |ତେବେ ପ୍ରଥମ ଦିନ ଲକ୍ଷ୍ମୀ ବସ ଖଲ୍ଲିକୋଟ ଠାରୁ ଗୋଟିଏ ବସ ମଥୁରା, କଞ୍ଚଣା, ଚିକିଲି, ଦାନପୁର, ବାଣିଆ, ବି ଏନ ପୁର, ନାଇକାଣିପଲ୍ଲୀ ଓ ତାଳପଡା ଯାଇଥିବା ବେଳେ ଅନ୍ୟ ବସ ଟି କେଶପୁର ବିକ୍ରମପୁର, ଏସ କେ ଏସ ପୁର, ବି ଏନ ପଲ୍ଲୀ ତୁଳସୀପୁର, କହେଁଇପୁର, କୈର|ସୀ, ଖୋଜାପଲି, ଲଙ୍ଗଳେଶ୍ୱର ଓ ବାଦପଲ୍ଲୀ, ତେନ୍ତୁଳିଆ, ଆଇତିପୁର, ପଥରା ପ୍ରଭୃତି ଗ୍ରାମ ପଂଚାୟତ ଗ୍ରସ୍ତ କରି ଗ୍ରାମାଞ୍ଚଳ କୁ ଯାତ୍ରୀ ମାନଙ୍କୁ ନେବା ପାଇଁ ବ୍ୟବସ୍ଥା ହୋଇଛି |

ଏହି ବ୍ୟବସ୍ଥା ହେବା ପରେ ମହିଳା ମାନେ ଓ କଲେଜ ଛାତ୍ରଛାତ୍ରୀ ମାନେ ମାତ୍ର 5 ଟଙ୍କା ରେ ଘରୁ ଗନ୍ତବ୍ୟ ସ୍ଥଳ କୁ ପହଂଚିବା ନେଇ ଖୁସି ବ୍ୟକ୍ତ କରିଛନ୍ତି |ତେବେ ଏହି ବସ ସେବା ଦ୍ୱାରା ଅଟୋ ଚାଳକ ମାନେ କ୍ଷତିଗ୍ରସ୍ତ ହେବା ର ସମ୍ଭାବନା ଥିବା ସମ୍ଭାବନା ରହିଛି |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
