You are currently viewing ଚିକିଟି ରେ ‘ସୁବାର୍ତ୍ତା’ ନ୍ୟୁଜ୍ ଚ୍ୟାନେଲର ଶୁଭାରମ୍ଭସକାରାତ୍ମକ ସାମ୍ବାଦିକତାକୁ ଗୁରୁତ୍ୱ, ସତ୍ୟ ଓ ନିରପେକ୍ଷ ଖବର ପରିବେଷଣର ସଂକଳ୍ପ
ଚିକିଟି ରେ ‘ସୁବାର୍ତ୍ତା’ ନ୍ୟୁଜ୍ ଚ୍ୟାନେଲର ଶୁଭାରମ୍ଭସକାରାତ୍ମକ ସାମ୍ବାଦିକତାକୁ ଗୁରୁତ୍ୱ, ସତ୍ୟ ଓ ନିରପେକ୍ଷ ଖବର ପରିବେଷଣର ସଂକଳ୍ପ

ଚିକିଟି– ସତ୍ୟ, ନିରପେକ୍ଷତା ଓ ସକାରାତ୍ମକ ସାମ୍ବାଦିକତାର ନୂଆ ବାର୍ତ୍ତା ନେଇ ଚିକିଟିରେ ଆରମ୍ଭ ହୋଇଛି ନୂତନ ଓଡ଼ିଆ ସମ୍ବାଦ ଚ୍ୟାନେଲ ‘ସୁବାର୍ତ୍ତା’ର ଯାତ୍ରା। ରବିବାର ଚିକିଟି ଶ୍ରୀଅକ୍ରୁରନାଥ ମନ୍ଦିର ପରିସରରେ ଏହି ଚ୍ୟାନେଲର ଶୁଭ ଉଦ୍‌ଘାଟନ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏହାକୁ ଅଞ୍ଚଳର ସାମ୍ବାଦିକତା ଜଗତରେ ଏକ ନୂତନ ପଦକ୍ଷେପ ଭାବେ ଅଭିହିତ କରାଯାଇଛି।ଚିକିଟି ପ୍ରେସ୍ କ୍ଲବ୍‌ର ସଭାପତି ଓ ସମ୍ପାଦକଙ୍କ କରକମଳରେ ଚ୍ୟାନେଲର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏଥିରେ ଚିକିଟି ପ୍ରେସ୍ କ୍ଲବ୍‌ର ସମସ୍ତ ସଦସ୍ୟଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ଏହି ନୂତନ ପ୍ରୟାସକୁ ସ୍ୱାଗତ କରିଥିଲେ। ଚ୍ୟାନେଲର ଉତ୍ତରୋତ୍ତର ଉନ୍ନତି ସହ ନିରପେକ୍ଷ ସାମ୍ବାଦିକତାର ଧାରା ବଜାୟ ରଖିବାକୁ ସେମାନେ ଆଶା ପ୍ରକାଶ କରିଥିଲେ।
‘ସୁବାର୍ତ୍ତା’ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା, ଅଞ୍ଚଳର ବିକାଶ, ସାମାଜିକ ଅନିୟମିତତା, ଜନହିତକର କାର୍ଯ୍ୟକ୍ରମ ଓ ସଫଳତାର ପ୍ରେରଣାଦାୟକ କାହାଣୀକୁ ଗୁରୁତ୍ୱ ଦିଆଯିବ। କେବଳ ଘଟଣାର ଖବର ପରିବେଷଣ ନୁହେଁ, ବରଂ ସମାଜରେ ସଚେତନତା, ମାନବିକତା ଓ ସକାରାତ୍ମକ ଚିନ୍ତାଧାରାର ପ୍ରସାର ଏହାର ମୂଳ ଉଦ୍ଦେଶ୍ୟ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

“ପ୍ରେରଣା ଓ ଉତ୍ସାହର ସକାରାତ୍ମକ ଖବର” ମୂଳମନ୍ତ୍ରକୁ ଆଧାର କରି ଲୋକଙ୍କ ସ୍ୱରକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସତ୍ୟ ଓ ନିରପେକ୍ଷତାର ମୂଲ୍ୟବୋଧ ରକ୍ଷା କରିବାକୁ ଚ୍ୟାନେଲ ପ୍ରତିବଦ୍ଧତା ପ୍ରକାଶ କରିଛି। ନୂତନ ଚ୍ୟାନେଲର ଏହି ଯାତ୍ରାକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।