You are currently viewing ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଦୁଇ ଗ୍ରାମ ମହିଳା |
ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲେ ଦୁଇ ଗ୍ରାମ ମହିଳା |

ନବରଙ୍ଗପୁର୨୦/୦୯ ଉମରକୋଟ :ଦିନକୁ ଦିନ ଅଞ୍ଚଳରେ ଦେଶୀ ମଦ ରନ୍ଧା ବୃଦ୍ଧି ପାଉଥିବା ବେଳେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି |ଫଳରେ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଅଞ୍ଚଳରେ ହତ୍ୟା, ଡକାୟତି, ବଳାତ୍କାର ଭଲି ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି |ଯାହାକୁ ହୃଦୟଙ୍ଗମ କରି ସ୍ଥାନୀୟ ଢ଼େପଗୁଡା ଓ ଗତିଗୁଡା ଗ୍ରାମ ଶତାଧିକ ମହିଳା ଏକଜୁଟ ହୋଇ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି |ଦୁଇ ଗ୍ରାମର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ଉମରକୋଟ ଥାନାରେ ପହଂଚି ଲିଖିତ ଆକାରରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଉକ୍ତ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ ପୋଲିସ ପ୍ରଶାସନକୁ ଜଣେଇଥିବା ଦେଖିବାକୁ ମିଳିଛି |