You are currently viewing ପ୍ରଥମ ଦିନରେ ଏସଏଚଜି ଗ୍ରୁପକୁ ୯.୬୩ଲକ୍ଷ ଟଙ୍କାର ସୁଧ ରିହାତି ଚେକ ପ୍ରଦାନ
ପ୍ରଥମ ଦିନରେ ଏସଏଚଜି ଗ୍ରୁପକୁ ୯.୬୩ଲକ୍ଷ ଟଙ୍କାର ସୁଧ ରିହାତି ଚେକ ପ୍ରଦାନ

ଜଗନ୍ନାଥ ପ୍ରସାଦ :୨୭/୨:(ଚିତ୍ତରଞ୍ଜନ ଗନ୍ତାୟତ )
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l ଏହି ଅବସରରେ ଆଜି ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଥିବା ବ୍ଲକ ପରିସରରେ ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ବିଭିର୍ଣ୍ଣ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦାର୍ଶନୀ ନାୟକ ଅଧକ୍ଷତା କରିଥିବା ବେଳେ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର, ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ଜଗନ୍ନାଥ ପ୍ରସାଦ ଷ୍ଟେଟ ବ୍ୟଙ୍କ ଶାଖା ସହାୟକ ପ୍ରବନ୍ଧକ ସୁରଜ ରାଉଳ, ଛାମୁଣ୍ଡା ଶାଖା ପ୍ରବନ୍ଧକ ଶାନ୍ତି ସ୍ୱରୂପ ଗାନ୍ଧୀ, ଇଣ୍ଡିଆନ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶିବ ପ୍ରସାଦ ପ୍ରଧାନ,ପଞ୍ଜାବ ନେସନାଲ ବ୍ୟାଙ୍କ ଶାଖା ପ୍ରବନ୍ଧକ କଳିଙ୍ଗ କୁମାର ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ l ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହି ଯୋଜନା ଗୋଟିଏ ଯାହା ଦ୍ୱାରା ମହିଳାମାନେ ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ର ପର୍ଯ୍ୟନ୍ତ ସ୍ୱାବଲମ୍ବୀ ହୋଇପାରିଥିବା ମଞ୍ଚାସିନ ଅତିଥିମାନେ ଉଦବୋଧନ ଦେଇଥିଲେ l ଅଞ୍ଚଳରେ ହାରାହାରି ୧୫୦୦ମିଶନ ଶକ୍ତି ଗ୍ରୁପ ମଧ୍ୟରୁ ସର୍ବାଧିକ ରେକର୍ଡ ୫୦ଗୋଟି ସ୍ୱୟଂ ସହାୟିକା ଦଳକୁ ଉପସ୍ଥିତ ଥିବା ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ୯.୬୩ ଲକ୍ଷ ଟଙ୍କାର ରିହାତି ସୁଧ ଚେକ ପ୍ରଦାନ କରାଯାଇଛି l ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ

ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି l ବ୍ଲକ ସଂଯୋଜିକା ସୀତା ବରାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରକଳ୍ପ ପରିଚାଳକ ବ୍ଲକ ସଂଯୋଜକ ବିବେକାନନ୍ଦ ମହାପାତ୍ର, ଦେବି ପ୍ରସାଦି ବେହେରା,ବନମାଳୀ ସାହୁ, ମିଶନ ଶକ୍ତି ଏକାଉଟେଣ୍ଟ ଭକ୍ତି ସାଗର ପ୍ରଧାନ, ଦିନେଶ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଅନ୍ୟ ପକ୍ଷରେ ଅଞ୍ଚଳର ସମସ୍ତ ଅଞ୍ଚଳ ପରିଦର୍ଶିକା, ସିଆରପି,ଏମବିକେ, ବ୍ଲକ ଲେବେଲ ଫେଡେରେସନ ଇସି ମେମ୍ବର, ଗ୍ରାମପଞ୍ଚାୟତ ଲେବେଲ ଫେଡେରେସନ ମେମ୍ବର ଏବଂ ପାଞ୍ଚସହରୁ ଉର୍ଦ୍ଧ ସ୍ୱୟଂ ସହାୟିକା ମହିଳା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ l