You are currently viewing ରୋହିଗାଁ ପ୍ରିମିୟର ଲିଗ ଉଦ୍ଘାଟନ
ରୋହିଗାଁ ପ୍ରିମିୟର ଲିଗ ଉଦ୍ଘାଟନ

କୁକୁଡାଖଣ୍ଡି , ୧୬/୦୪ -:- ଗ୍ରାମାଞ୍ଚଳ କ୍ରୀଡା ର ପ୍ରଚାର ଓ ପ୍ରସାର କରି ଯୁବ ପିଢ଼ି ଙ୍କ ମନରେ ଖେଲୁଆଡ ମନ ଭାବ ଜାଗ୍ରତ କରିବା ପାଇଁ seven sister sporting club ଆନୁକୁଲ୍ୟରେ ରୋହିଗାଁ ହାଇ ସ୍କୁଲ୍ କ୍ରିକେଟ ପଡ଼ିଆରେ ଏକ ପ୍ରିମିୟର ଲିଗ ଉଦ୍ଘାଟନ ହୋଇଯାଇଛି।ଉକ୍ତ ବର୍ଣ୍ଣାଢ଼୍ୟ ଉଦ୍ଘାଟନ କାର୍ଯକ୍ରମ ରେ ମୁଖ୍ୟ ଅତିଥି ରୂପେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ କାର୍ଯକ୍ରମ କୁ ଉଦ୍ଘାଟନ କରିଥିଲେ।ତତ୍ ସହିତ ସମ୍ମାନିତ ଅତିଥି ଭାବେ 8ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶିବାନୀ ସେଠୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜ ସେବୀ ତଥା ପୂର୍ବତନ ସରପଂଚ ବସନ୍ତ ସ୍ୱାଇଁ ଖେଳାଳି ମାନଙ୍କୁ ଖେଲୁୟାଡ ମନଭାବ ନେ଼ଇ ଖେଳିବା ପାଇଁ ପରାମର୍ଶ ଦେଇଥିଲେ।ଯୁବ ମାନଙ୍କ ଦିଗ ଦର୍ଶନ ତଥା ରୋହିଗାଁ ଗ୍ରାମ ପଞ୍ଚାୟତ ସରପଂଚ ବଶିଷ୍ଠ କୁମାର ଜେନା ଯୋଗ ଦେଇ ଯୁବ ସମାଜ ପାଇଁ ଖେଳ ର ଆବଶ୍ୟକତା ଏବଂ ମହାନ୍ୟତ ବିଷୟରେ ନିଜ ବକ୍ତବ୍ୟ ମାଧ୍ୟମରେ ଖେଳାଳି ମାନଙ୍କୁ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯକ୍ରମ ରେ ସମାଜ ସେବୀ ବାଳକୃଷ୍ଣ ସ୍ୱାଇଁ ,ବାଳକୃଷ୍ଣ ଜେନା ଓ ବରିଷ୍ଠ ଶିକ୍ଷକ କାଳୀଚରଣ ରଣା ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ର ସଭାପତି ବନୋଜ ଜେନା ସମ୍ପାଦକ ସେଶନ ଜେନା ତତ୍ ସହିତ ସମସ୍ତ ଟିମ୍ ର ଅଧିନାୟକ ଓ ଖେଳାଳି ମାନେ ଉପସ୍ଥିତ ଥିଲେ।