You are currently viewing ବେଗୁନିଆପଡା ସ୍ଥିତ ଶ୍ରୀ ହନୁମାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।
ବେଗୁନିଆପଡା ସ୍ଥିତ ଶ୍ରୀ ହନୁମାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କୋଦଳା , ୨୦/୧୨ – ( କୃଷ୍ଣଚନ୍ଦ୍ର ପଲାଇ ) -:- ବେଗୁନିଆପଡା ଶ୍ରୀ ହନୁମାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଏକବିଂଶତମ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛିା ଶିଶୁ ବିଦ୍ୟାମନ୍ଦିରର ସଭାପତି ଦନାଦ୍ଧନ ଆଚାରିଙ୍କ ସଭାପତିତ୍ବରେ ଏହି ଉତ୍ସାବରେ ମୁଖ୍ୟଅତିଥି ଭାବେ କବିସୂଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସ୍ବତନ୍ତ୍ର ଅତିଥି ଭାବେ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ କଞ୍ଚଣା ଗ୍ରାମପଞ୍ଚାୟତ ର ସରପଞ୍ଚ ଚିତ୍ରସେନ ଘୋଷ, ସମାଜସେବୀ ଗୋପାଳକୃଣ୍ଣ ରାଉତ , ବେଗୁନିଆପଡା ସରପଞ୍ଚ ପ୍ରତିନିଧି ଦଣ୍ଡୁ ପ୍ରଧାନ ସମିତି ସମିତି ସଭ୍ୟ ପ୍ରତିନିଧି ଏ ସନ୍ତେଷ କୁମାର ପାତ୍ର, ସୁନୀଲ କୁମାର ରଥ ପ୍ରମୁଖ ଉପସ୍ଥିତ ରହି କୁନି କୁନି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ! ବିଦ୍ୟାଳୟ ର ଉର୍ନ୍ନତି ରେ ସହଯୋଗ କରିଥିବାରୁ ଚିତ୍ରସେନ ଘୋଷ ଓ ଗୋପାଳକୃଷ୍ଣ ରାଉତଓ ସଂଗୀତ ଶିକ୍ଷକ ଗୋପାଳକୃଷ୍ଣ ବେହେରା ଙ୍କୁ ସନ୍ନମାନିତ କରାଯାଇଥିଲା ! ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ନେଈ ଏକ ସାଂସ୍କତିକ କାଯ୍ୟାକ୍ରମ ” ଦୁହିତା ଦୁଈ କୁଳର ହିତା ” ନାଟକ ଅନୁଷ୍ଠିତ ହୋଇଥିଲା ।