You are currently viewing ପୁରୁଷୋତ୍ତମପୁର ଜଗନ୍ନଥ ମନ୍ଦିର ରେ ଭାଗବତପ୍ରବଚବ କାର୍ଯ୍ୟକ୍ରମ ଶେଷ ହୋଉଛି
ପୁରୁଷୋତ୍ତମପୁର ଜଗନ୍ନଥ ମନ୍ଦିର ରେ ଭାଗବତପ୍ରବଚବ କାର୍ଯ୍ୟକ୍ରମ ଶେଷ ହୋଉଛି

ଗତକାଲି ରବିବାରରେ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ରାମ ଆଦର୍ଶ ଶିକ୍ଷା ନିକେତନ ଦ୍ୱାରା ଭାଦ୍ରବ ପୁର୍ଣିମା, ଭଗବତ ଜନ୍ମ ଠାରୁ ଆୟୋଜିତହୋଇ ଆସୁଥିବା,ପଞ୍ଚ ଦିନ ବ୍ୟାପି ଯୁଗଧର୍ମ ଭଗବତ ସତସଙ୍ଗ କାର୍ଯ୍ୟକ୍ରମ ର ସମାରୋପ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ନିକଟସ୍ଥ ଅଲ୍ଲାଡି ଗ୍ରାମର ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରିହର ପଣ୍ଡା ପ୍ରବକ୍ତା ଭାବରେ ଯୋଗ ଦେଇଥିଲେ l ପ୍ରତିଦିନ ସଂନ୍ଧ୍ୟା 7ଟା ରୁ 9ଟା ପର୍ଯ୍ୟନ୍ତ ପରାୟଣ ସାଙ୍ଗକୁ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହିଥିଲl ଏହି ଅବସରରେ ସେ ଭଗବତ କିଏ, ଭଗବାନ କିଏ, ବ୍ରlହ୍ମଣ କିଏ, ଗାୟତ୍ରୀ ମନ୍ତ୍ର କଣ ଓ ଏହାର ପ୍ରଭାବ, ତ୍ର୍ୟମ୍ବକ ମନ୍ତ୍ର ର ପ୍ରଭାବ l ଗୁରୁ କିଏ, ପତି କିଏ ପତ୍ନୀ କିଏ, ଏହି ପରି ଅନେକ ସାମାଜିକ ଵିଧି ବ୍ୟବସ୍ଥା ଉପରେ ସାର ଗର୍ଭକ ଆଲୋଚନା ପଦ୍ୟ ରୂପରେ ବ୍ୟାଖ୍ୟା କରିଥିଲେ l


ଗତକାଲି ଏହାର ସମାରୋପ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ଦ୍ୱାରା ଭଗବତ ପlରାୟଣ ର ପ୍ରଚାର ପ୍ରସାର ପାଇଁ ଆଖ ପାଖ ଦଶ ଖଣ୍ଡ ଗ୍ରାମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପରୀକ୍ଷା କରାଯାଇ ସମସ୍ତଙ୍କୁ ଗୋଟିଏ ଲେଖା ଟେଷ୍ଟ ପେପର ସେଟ ପ୍ରଦାନ କରାଯାଇଥିଲା l ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ରାମଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଆକାଶ,ମାନସ ଦୀନେଶ, ନିଖିଲ , ରୁପେଶ, ବିକ୍ରମ, ସାନ୍ତ୍ୟୁନୁ, ଓ଼ମ,ପୂର୍ଣ୍ଣ,ଶ୍ରଦ୍ଧା ସୁପ୍ରଭା, ସମିକା ପ୍ରମୁଖ ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ଭାବେ ସହଯୋଗ କରି ଥିବାର ଉପଲବଧି କରି ନଗର ବାସି ସତ ମୁଖରେ ପ୍ରସଂଶା କରିଥିଲେ ଶେଷରେ ପ୍ରାୟ 500ଲୋକ ମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା lସମସ୍ତେ ପ୍ରସାଦ ସାରି ଖୁସି ହୋଇ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିଥିଲେ l ରିପୋର୍ଟ ପ୍ରସନ୍ନ କୁମାର ଦାସ