ଖଲ୍ଲିକୋଟ 11/10 ରବିବାର ଦିନ ଖଲ୍ଲିକୋଟ ସ୍ଥିତ ଅମରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡିଶା ଅନୁସୂଚିତ ଜାତି ଓ ଜନ ଜାତି ଶିକ୍ଷକ କଲ୍ୟାଣ ପରିଷଦ ଖଲ୍ଲିକୋଟ ଶାଖା ର ଏକ ବୈଠକ ଓ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ବୈଠକ କର୍ମକ୍ଷେତ୍ର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ର ଶିକ୍ଷକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ବୈଠକ ରେ ତ୍ରିନାଥ ବେହେରା ସଭାପତିତ୍ୱ କରିଥିଲେ |ଉକ୍ତ ସଭା ରେ ହେମନ୍ତ କୁମାର ବେହେରା ସଂଯୋଜନା କରଥିବା ବେଳେ ଓଡିଶା ଅନୁସୂଚିତ ଜାତି ଓ ଜନ ଜାତି ଶିକ୍ଷକ କଲ୍ୟାଣ ପରିଷଦ ଖଲ୍ଲିକୋଟ ଶାଖା ସଭାପତି ଭାବେ ତ୍ରିନାଥ ବେହେରା ଙ୍କୁ ମନୋନୀତ କରାଯାଇ ଥିବା ବେଳେ ଅନାଥ ବେହେରା ଜୟଦେବ ପ୍ରଧାନ, ଉପ -ସଭାପତି ଭାବେ ମନୋନୀତ ହୋଇଥିଲେ | ସେହିପରି ବିନିତା ଜାଲ୍ଲୀ – ସମ୍ପାଦକ ବଳରାମ ଜାଲ୍ଲୀ ଜୋନାଲ ସମ୍ପାଦକ ( ଦକ୍ଷିଣ ) ବ୍ରଜେନ୍ଦ୍ର କୁମାର ଶବର, ପ୍ରଫୁଲ ବେହେରା ( ଉତ୍ତର ) ପୂର୍ଣଚନ୍ଦ୍ର ଯାନୀ ( ସଦର )ସଂଗଠନ ସମ୍ପାଦକ ଦେବରାଜ ଯାନୀ, ବିଶ୍ୱନାଥ ବେହେରା, ସୁଶାନ୍ତ କୁମାର ବେହେରା କୋଷଧ୍ୟକ ଭବାନୀ

ଶଙ୍କର ଯାନୀ ଓ ଉପଦେଷ୍ଟା ମଣ୍ଡଳୀ ଅର୍ଜୁନ ଶବର, ମଧୁ ଚରଣ ସେଠି, କିଶୋର ଚନ୍ଦ୍ରଘାଷୀ, ହେମନ୍ତ ବେହେରା, ପୂର୍ଣ୍ଣ ନାହାକ ଗଣେଶ ଶବର ଅଭି ମଲ୍ଲିକ, ଭରତ ସେଠି, ଶ୍ୱେତ ଦାଶ, ଇନ୍ଦ୍ରମଣି ବେହେରା ଇତ୍ୟାଦି ଙ୍କୁ ଚୟନ କରାଯାଇଥିଲା |ଉକ୍ତ ବୈଠକ ରେ ନୀଳମଣି ବେହେରା, ପୂର୍ଣ୍ଣ ଚନ୍ଦ୍ର କାଣ୍ଡି ଓ ଜିଲ୍ଲା ସ୍ତରୀୟ କର୍ମକର୍ତା ଯଥା – ଧବଳେଶ୍ୱର ବେହେରା, ସୁବାଷ ଚନ୍ଦ୍ର ବେହେରା, ବିଦେଶୀ ସେଠୀ, ସୋରଡ଼ା ବ୍ଲକ ସଭାପତି ଡ. ଶ୍ରୀନିବାସ ସମ୍ପାଦକ, ସନ୍ତୋଷ କୁମାର ବେହେରା, ସନ୍ତୋଷ କୁମାର ସେଠୀ ଆସିକା ବ୍ଲକ ଅତିଥି ରୂପେ ଆସନ ଅଲଂକୃତ କରିଥିଲେ |ବୈଠକ ରେ ମନୋନୀତ କର୍ମକର୍ତା ମାନଙ୍କୁ ଶପଥ ପାଠ କରାଇଥିଲେ |ଉକ୍ତ ବୈଠକ ରେ 125 ରୁ ଊର୍ଧ୍ଵ ଶିକ୍ଷକ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ

