କୋଦଳା
ଇଂରାଜୀ ନବବର୍ଷ କୁ ଭିନ୍ନ ଢଙ୍ଗରେ ପାଳନ କଲେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।କୋଦଳା ଏନଏସି ର ୫୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ ବସ୍ ଯୋଗେ ତାରାତାରିଣୀ ପୀଠକୁ ଦର୍ଶନ ପାଇଁ ନେବା ସହିତ ସେମାନଙ୍କୁ ଭୋଜନର ବ୍ଯବସ୍ଥା କରି ପ୍ରଶଂସା ସାଉଁଟିଛନ୍ତି କୋଦଳା ନଗରପାଳ। ନୂତନ ବର୍ଷକୁ ସ୍ବାଗତ କରିବା ସହ ସକାଳୁ ସକାଳୁ ବୃଦ୍ଧ ବୃଦ୍ଧା ମାନଙ୍କୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ମା ଙ୍କ ଦର୍ଶନ ପାଇଁ ନେଇଥିବା ବେଳେ ବୃଦ୍ଧ ବୃଦ୍ଧା ମାନେ ଗଞ୍ଜାମର ଇଷ୍ଟଦେବୀ ମା ତାରାତାରିଣୀଙ୍କ ଦର୍ଶନ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ବୃଦ୍ଧ ବୃଦ୍ଧା ମାନଙ୍କୁ ଖୁସି ଦେବା ପାଇଁ ନବବର୍ଷ କୁ ନିଆରା ଢଙ୍ଗରେ ପାଳନ କରିଥିବା କହିଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
