You are currently viewing ୨୦ତମ ପାତାଳୀ ମହୋତ୍ସବର ୬ଷ୍ଠ ସନ୍ଧ୍ୟା-ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏ ଜାତି ଓ ମାଟିର ଆରାଧ୍ୟ ଠାକୁର-ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲୀଳାର ଠାକୁର
୨୦ତମ ପାତାଳୀ ମହୋତ୍ସବର ୬ଷ୍ଠ ସନ୍ଧ୍ୟା-ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏ ଜାତି ଓ ମାଟିର ଆରାଧ୍ୟ ଠାକୁର-ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲୀଳାର ଠାକୁର

ଉଲୁଣ୍ଡା ୦୪/୦୨(ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୨୦ତମ ପାତାଳୀ ମହୋତ୍ସବ ର ଆଜି ୬ଷ୍ଠ ସନ୍ଧ୍ୟାରେ ପହିଞ୍ଚିଛି। ବିଶେଷ କରି ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ହଜାର ହଜାର ଭକ୍ତ ଦର୍ଶନ କରୁଛନ୍ତି।ନୃତ୍ୟ, ଗୀତ, ପାରାୟଣ, ପ୍ରବଚନ, ଯଜ୍ଞ, ନାମ ସଂକୀର୍ତ୍ତନ ର ମହାନ ପାର୍ବଣ ହେଉଛି ପାତାଳୀ ମହୋତ୍ସବ।ଏହି ମହୋତ୍ସବ ୨୯ତାରିଖରୁ ଆରମ୍ଭ ହୋଇ ୬ତାରିଖରେ ପୂର୍ଣ୍ଣାହୂତି ହେବ। ୬ଷ୍ଠ ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବୟନିକା ସଭାପତି ପ୍ରକାଶ ମେହେର ଓ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ସମାଜସେବୀ କୃର୍ତୀବାସ ମିଶ୍ର, ବୀରମହାରାଜପୁର ଉପାଧ୍ୟକ୍ଷ ନାରାୟଣ ଲୁହା, ବୀରମହାରାଜପୁର ଅଧ୍ୟକ୍ଷା ଶାନ୍ତି ଲୁହା ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ।

ବାସ୍ତବରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲୀଳାର ଠାକୁର। ଏଥିରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ।ସେପଟେ ୫୬ପ୍ରହରୀ ନାମଯଜ୍ଞ ରେ ଆଜି ଖୁଣ୍ଟୁଲାପାଲି ଗାଁ ର ଦାୟିତ୍ୱ ରହିଥିଲା।ଛଳିଆ ପାହାଡରେ ଚାଲିଥିବା ଭାଗବତ ସପ୍ତାହ ପାରାୟଣ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଅଖଣ୍ଡ ଘୃତଯଜ୍ଞ ଚାଲିଥିବା ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ଭକ୍ତମାନେ ଦର୍ଶନ କରୁଛନ୍ତି।ଏହି ମହୋତ୍ସବ ୨୦ବର୍ଷ ହେଲା ୮ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେଉଅଛି।