ସାନଖେମୁଣ୍ଡି ୧୩/୨ : ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ୍ ସ୍ତରୀୟ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ପ୍ରଶାସନ ପକ୍ଷରୁ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ କଳା ମହୋତ୍ସବରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷକୁମାର ପାଢ଼ୀ ଅତିରିକ୍ତ ବିଡ଼ିଓ ବୈଜୟନ୍ତୀ ମୁଣ୍ଡା ବ୍ଲକ୍ ପଞ୍ଚାୟତ ଅଧିକାରୀ ମୋନାଲିସା କିଷ୍କୁ ବରିଷ୍ଠ ସାମ୍ବାଦିକ କବି ବିନାୟକ ଦାଶ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

ଗୋଷ୍ଠି ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ମାଝୀଙ୍କ ପରିଚାଳନାରେ କଳା ମହୋତ୍ସବରେ ବଉଳଘାଇ ଓ କଉଡ଼ିଆର ଘଣ୍ଟସ୍ଥଳ ସାହାସପୁର ଓ ବାହାଡ଼ାଗୁଡ଼ାର ପ୍ରହଲ୍ଲାଦ ନାଟକ ପ୍ରତାପଗିରିର ରାମଲୀଳା ନାଟକ କଳାକାର ମାନେ ଶ୍ରେଷ୍ଠ ଓ ଉତ୍କୃଷ୍ଟ କଳା ପରିବେଷଣ ସହ ଅଭିନୟ କରିବା ସହ ଉଚ୍ଚ ପ୍ରଶଂସିତ ହୋଇଥିଲେ।
