You are currently viewing ଏମସିଏଲ ର ୩୨ ତମ ପ୍ରାଥମିକ ଉପଚାର ପ୍ରତିଯୋଗିତା ୨୦୨୪ – ୨୫ ଏବଂ ସମାପନ ସମାରୋହ ସମ୍ପନ୍ନ ।
ଏମସିଏଲ ର ୩୨ ତମ ପ୍ରାଥମିକ ଉପଚାର ପ୍ରତିଯୋଗିତା ୨୦୨୪ – ୨୫ ଏବଂ ସମାପନ ସମାରୋହ ସମ୍ପନ୍ନ ।

ତାଳଚେର : (ଦିଲୀପ କୁମାର ଚୋପଦାର ) କୋଲ ଇଣ୍ଡିଆ ର ଅନୁସଙ୍ଗି କମ୍ପାନୀ ମହାନଦୀ କୋଲ ଫିଲ୍ଡ ଲିମିଟେଡ, ଏମସିଏଲ ର ୩୨ ତମ ପ୍ରାଥମିକ ଉପଚାର ପ୍ରତିଯୋଗିତା ୨୦୨୪-୨୫ ଏବଂ ସମାପନ ସମାରୋହ ,ତାଳଚେର ସାଉଥ ବଲଣ୍ଡା ସ୍ଥିତ ସେଣ୍ଟ୍ରାଲ ୱାର୍କସପ୍ କଲୋନୀ, କଲ୍ୟାଣ ମଣ୍ଡପ ଠାରେ ଉତ୍ସାହ ଉଦ୍ଦୀପନା ମଧ୍ୟ ରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ ର ଅଧ୍ୟକ୍ଷ ତଥା ସହ ପ୍ରବନ୍ଧ ନିର୍ଦେଶକ ଶ୍ରୀ ଉଦୟ ଅନନ୍ତ କୋଲେ , ଖଣି ସୁରକ୍ଷା ମହା ନିର୍ଦ୍ଦେଶାଳୟ ର ବରିଷ୍ଠ ଅଧିକାରୀ ଶ୍ରୀ କ୍ରିଶ୍ନେନ୍ଦୁ ମଣ୍ଡଳ, ଏମ.ସି.ଏଲ୍ ର କୌଶଳ ତଥା ଯୋଜନା ଏବଂ ପରିଯୋଜନା ନିର୍ଦେଶକ ଶ୍ରୀ ଯୁଗଳ କୁମାର ବୋରାହ , କାର୍ମିକ୍ ନିର୍ଦେଶକ ଶ୍ରୀ କେଶବ ରାଓ ଙ୍କ ସହିତ ବିଭିନ୍ନ ଶ୍ରମିକ ସଂଗଠନ ନେତାଗଣ ମଞ୍ଚ ରେ ମଞ୍ଚାସିନ ରହି ନିଜ ନିଜ ର ଅଭିଭାଷଣ ରେ ପ୍ରାଥମିକ ଉପଚାର ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ସମାରୋହ ଉତ୍ସବ ରେ ଏକ ଇ – ସ୍ମରଣିକା ର ମଧ୍ୟ ଉନ୍ମୋଚନ ସିଏମଡି ଶ୍ରୀ କୋଲେ ଙ୍କ କରକମଳ ରେ ହୋଇଯାଇଛି ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁରୀ ଏବଂ ଆସାମ ର ବିହୁ ଲୋକ ନୃତ୍ୟ କାର୍ଯ୍ୟକ୍ରମ କୁ ଆହୁରି ରୋଚକ କରିଥିଲା । ସନ୍ଧ୍ୟା କୁ ଆହୁରି ରଙ୍ଗୀନ କରିଥିଲା । ପ୍ରାଥମିକ ଉପଚାର ପ୍ରତିଯୋଗିତା ରେ ଭାଗ ନେଇ ବିଜୟୀ ହୋଇ ଥିବା ପ୍ରତିଭାଗୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ ହୋଇଥିଲା ।କାର୍ଯ୍ୟକ୍ରମ ରେ ଏମସିଏଲ ସମସ୍ତ କ୍ଷେତ୍ର ର ମହା ପ୍ରବନ୍ଧକ ତଥା ବରିଷ୍ଠ ଅଧିକାରୀ ଏବଂ କାମଗାର ଯୋଗ ଦେଇଥିଲେ ।

ଏହି ସମାପନ ସମାରୋହ କୁ ତାଳଚେର କ୍ଷେତ୍ର ଦ୍ଵାରା ସୁଚାରୁ ରୂପେ,ଶୃଙ୍ଖଳିତ ଢଙ୍ଗରେ ଆୟୋଜନ ହୋଇଥିବା ଯୋଗୁଁ ମହା ପ୍ରବନ୍ଧକ କାନ୍ତି ଭୂଷଣ ଚୌଧୁରୀ ଏବଂ କାର୍ମୀକ ବିଭାଗ ଟିମ୍ ଙ୍କୁ ସବୁ ବର୍ଗ ରୁ ପ୍ରଶଂସା ର ସୁଅ ଛୁଟିଛି।