ପାରଳାଖେମୁଣ୍ଡି ୨୩/୦୯ ବେଆଇନ୍ ଗଞ୍ଜେଇ ବେପାରୀଙ୍କୁ ଓ ଦେଶୀ ମୋହୁଲି ମଦ ବେପାରୀଙ୍କ ନିଦ ହଜେଇ ଦେଉଛନ୍ତି ଗଜପତି ଜିଲ୍ଲା ପୋଲିସ୍ ଏବଂ ଜିଲ୍ଲା ଅବକାରୀ ବିଭାଗ । ପୋଲିସ୍ ଓ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ଘନ ଘନ ପେଟ୍ରୋଲିଙ୍ଗ୍ ହେତୁ କେଉଁଠି ଗଞ୍ଜେଇ ବେପାରୀଙ୍କୁ ଧରି ମାମୁଁ ଘରକୁ ପଠାଉଛନ୍ତି ତ’ କେଉଁଠି ବେଆଇନ୍ ଦେଶୀ ମଦ ପ୍ରସ୍ତୁତ କେନ୍ଦ୍ରକୁ ଚୁରମାର୍ କରୁଛନ୍ତି ।


ଇତି ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ଦାସ୍ , ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ଯୁକ୍ତ ପ୍ରଶାନ୍ତ ନିସିକା ଏବଂ ଗୁରାଣ୍ଡି ଥାନା ଅଧିକାରୀଙ୍କ ତତ୍ପଧାନରେ ଗୁରାଣ୍ଡି ପୋଲିସ, ଗାରାବନ୍ଧ ପୋଲିସ ଏବଂ ଅବକାରୀ ବିଭାଗର କର୍ମଚାରୀ ମାନେ ଏପିଆର ଏବଂ


ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ସହିତ ଗୁରାଣ୍ଡି ଏବଂ ଗାରାବନ୍ଧା ପି.ଏସ୍ ଅଞ୍ଚଳରେ ଏକ ମିଳିତ ଚଢାଉ କରିଥିଲେ। ଏଥିରେ ବିପୁଳ ପରିମାଣର ୱାଶ୍, ଆଇଡି ମଦ, ଡିଷ୍ଟିଲେସନ୍ ଉପକରଣ ଇତ୍ୟାଦି ଜବତ କରିବା ସହିତ ୪ ଗୋଟି ଟି ମାମଲା ରୁଜୁ କରାଯାଇଛି। ଜିଲ୍ଲାରେ ପୋଲିସ୍ ଏବଂ ଅବକାରୀ ବିଭାଗର ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହୁ ବୋଲି ଗଜପତି ଜିଲ୍ଲାର ବୁଦ୍ଧିଜୀବିମାନେ ଆଶା କରିଛନ୍ତି ।


