ଦିଗପହଣ୍ଡି:୨୭/୧୧(ଶିବ ପ୍ରସାଦ ରଥ)
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ଡାକରାରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଗୁରୁବାର ୧୩ଦଫା ଦାବି ପୂରଣ ସକାଶେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ। ଶିକ୍ଷାର ଗୁଣବତ୍ତା, କର୍ମଚାରୀଙ୍କୁ ନ୍ୟାୟ ଓ ଓଏଭି ପରିବାରର ସମଗ୍ର ଉନ୍ନତି ପାଇଁ ନଭେମ୍ବର ୮ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ମହାସଂଘ ପକ୍ଷରୁ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ଗୁଡ଼ିକ ଆଗାମୀ ଡିସେମ୍ବର ୮ସୁଦ୍ଧା ପୂରଣ କରିବାକୁ ନିବେଦନ କରିଛନ୍ତି। ସେହି ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଓ କର୍ମଚାରୀ କଳା ବ୍ୟାର୍ଜ୍ ପରିଧାନ କରି ନିଜର ଦାୟିତ୍ଵ ନିର୍ବାହ କରିବେ। ଦାବି ଗୁଡ଼ିକ ହେଲା ଓଏଭି ଶିକ୍ଷକ କର୍ମଚାରୀଙ୍କୁ ସରକାରୀ ମାନ୍ୟତା। ୟୁନିଫର୍ମ କେଡ଼େର କରିବା, ସମାନ କାମକୁ ସମାନ ଦରମା, ପ୍ରତ୍ୟେକ ଓଏଭିରେ ପିଜିଟ୍ ଓଡ଼ିଆ, ହିନ୍ଦୀ ଓ ସଂସ୍କୃତ ପୋଷ୍ଟ ସୃଷ୍ଟି କରିବା, ପ୍ରିନ୍ସିପଲ୍ ମାନଙ୍କ ଗ୍ରେଡ଼ ସମସ୍ୟା ପ୍ରତି ଧ୍ୟାନ, ଓଏଭି ଛାତ୍ରଛାତ୍ରୀ ମାନଙ୍କୁ ନିଟ୍ ଓ ଜେଇ ପରୀକ୍ଷାରେ ୧୫ପ୍ରତିଶତ ସଂରକ୍ଷଣ, ଏନ୍. ଏମ୍.ଏମ୍.ଏସ୍ ପରୀକ୍ଷାରେ ଅଂଶ ଗ୍ରହଣ ଅନୁମତି ପ୍ରଦାନ ଏପରି ୧୩ଟି ଦାବି ରହିଛି। ଏଗୁଡ଼ିକ ପୂରଣ ନହେଲେ ଆଗାମୀ ଡିସେମ୍ବର ୮ତାରିଖ ଠାରୁ କାର୍ଯ୍ୟବନ୍ଦ୍ ଆନ୍ଦୋଳନ କରିବା ପାଇଁ ମହସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଶାନ୍ତିପୂର୍ଣ ଆନ୍ଦୋଳନରେ ସ୍କୁଲ ରିପ୍ରେଜେନଣ୍ଟିଭ – ଦେବବ୍ରତ ପାତ୍ର , ବିଚିତ୍ରାନନ୍ଦ ଦାସ,
ସୋନାଲିକା ଦାସ, ମଧୁସ୍ମିତା ପ୍ରିୟଦର୍ଶିନୀ, ସୁଶୋଭିତା ପାଣିଗ୍ରାହୀ, ମନିଷା ପାତ୍ର, ତେଜେନ୍ଦ୍ର ମଲ୍ଲି ପ୍ରମୁଖ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଯୋଗଦାନଥିଲେ ।
