You are currently viewing ବାବାଜୀ ସୁଆରଙ୍କ ପରଲୋକ
ବାବାଜୀ ସୁଆରଙ୍କ ପରଲୋକ

ପୁରୀ,୨୭/୧୧-ଶ୍ରୀମନ୍ଦିର ର ବରିଷ୍ଠ ସୁଆର ସେବକ ବାବାଜୀ ସୁଆରଙ୍କ ୯୩ ବୟସରେ ପରଲୋକ ଘଟିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ସେବା କରି ଆସୁଥିଲେ । ତାଙ୍କ ନିଜସ୍ବ ବାସଭବନ ମାଟିମଣ୍ଡପ ସାହିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ । ଶ୍ରୀମନ୍ଦିରରେ ୫୦ ବର୍ଷରୁ ଉର୍ଦ୍ଧ୍ବ ରୋଷଶାଳାରେ ବଂଶାନୁକ୍ରମିକ ଭାବେ ମହାପ୍ରସାଦ ପ୍ରସ୍ତୁତ କରିଆସୁଥିଲେ । ସେ ଜଣେ ଭଦ୍ର, ସଚ୍ଚୋଟ, ପରୋପକାରୀ, ନିଷ୍ଠାବାନ ଓ ଧର୍ମପରାୟଣ ବ୍ଯକ୍ତି ଥିଲେ । ଶେଷ ଠିକଣା ସ୍ବର୍ଗଦ୍ବାରରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ତିନି ପୁଅ ଗୋପୀନାଥ, ମଧୁସୂଦନ ଓ ଗୋବିନ୍ଦ ଓ ତାଙ୍କ ଭାଇ ଭଗବାନ ସୁଆର, (କଣ୍ଡୁରୀ)ଙ୍କ ସମେତ ଆତ୍ମୀୟସ୍ବଜନ , ବନ୍ଧୁବାନ୍ଧବ ଓ ସାହିବାସିନ୍ଦା ସ୍ବର୍ଗଦ୍ବାର ଠାରେ ଉପସ୍ଥିତ ଥିଲେ । ଜୈଷ୍ଠ ପୁତ୍ର ଗୋପୀନାଥ ଗୋପୀନାଥ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସାହିବାସିନ୍ଦାଙ୍କ ସମେତ ସହରରେ ଶୋକର ଛାୟା ଖେଳିଯାଇଛି ।