You are currently viewing ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂଘ ଆନୁକୂଲ୍ୟରେ ମଞ୍ଚସ୍ଥ ନାଟକ “ଶ୍ମସାନ ସ୍ବର୍ଗ” ବା କେତେ ଦୁଃଖ ଦେବୁ ଦେରେ ଦଇବ ର ଶୁଭ ଉଦଘାଟନ
ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂଘ ଆନୁକୂଲ୍ୟରେ ମଞ୍ଚସ୍ଥ ନାଟକ “ଶ୍ମସାନ ସ୍ବର୍ଗ” ବା କେତେ ଦୁଃଖ ଦେବୁ ଦେରେ ଦଇବ ର ଶୁଭ ଉଦଘାଟନ

ଗଞ୍ଜାମ/ବୁଗୁଡ଼ା : (ଡ. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଜାଗର ଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନାଟ୍ୟ ସଂଘ ଆନୁକୂଲ୍ୟରେ ମଞ୍ଚସ୍ଥ ନାଟକ “ଶ୍ମସାନ ସ୍ବର୍ଗ” ବା କେତେ ଦୁଃଖ ଦେବୁ ଦେରେ ଦଇବ ର ଶୁଭ ଉଦଘାଟନୀ ଉତ୍ସବ ଫେବୃୟାରୀ ୧୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉଦ୍ଘାଟନ ଉତ୍ସବରେ ବରିଷ୍ଠ ସମାଜସେବୀ ଧରଣୀଧର ପଣ୍ଡା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ବରେଣ୍ୟ ଅତିଥି ଚିତ୍ରସେନ ପ୍ରଧାନ (ଅଧ୍ୟକ୍ଷ ବୁଗୁଡ଼ା ଏନ୍.ଏ.ସି.), କେ. ନୀଳମାଧବ ଆଚାରୀ (ଅଧ୍ଯକ୍ଷା ପ୍ରତିନିଧି ବୁଗୁଡ଼ା ପଞ୍ଚାୟତ ସମିତି), ମାନସ ରଞ୍ଜନ ପ୍ରଧାନ, (ଉପାଧ୍ୟକ୍ଷ ପଞ୍ଚାୟତ ସମିତି ବୁଗୁଡ଼ା), ଇଂ. ବସନ୍ତ କୁମାର ଦଳାଇ (ନିର୍ଦ୍ଦେଶକ ଆସିକା ଚିନିଶିଳ୍ପ), ଗଙ୍ଗାପାଣି ଜେନା (ଜିଲ୍ଲା ପରିଷଦ ସଦସ୍ୟ ୪୨ ନଂ ଜୋନ୍), ସୁକାନ୍ତି ପାତ୍ର (ସରପଞ୍ଚ ଖୋଳଖାଳି ଗ୍ରାମ ପଞ୍ଚାୟତ), ସୁମିତା ସାହାଣୀ (ସମିତିସଭ୍ୟା, ଖୋଳଖାଳି ଗ୍ରାମ ପଞ୍ଚାୟତ) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। କେଦାରନାଥ ମହାରଣା (ନଗର ସଭାପତି ବିଜେପି ବୁଗୁଡ଼ା), କୃଷ୍ଣଚନ୍ଦ୍ର ମହାପାତ୍ର (ଯୁବମୋର୍ଚ୍ଚା ସଭାପତି ବିଜେପି ଘୁମୁସର ଜିଲ୍ଲା), ସୁନିଲ କୁମାର ପ୍ରଧାନ (ସଭାପତି ବିଜେପି କରଚୁଲି ମଣ୍ଡଳ), ଭଗବାନ ଜେନା (ସଭାପତି ବିଜେପି ବାଲିପଦର ମଣ୍ଡଳ), କାର୍ତିକ କୁମାର ମଙ୍ଗାଳ (ସଭାପତି ବିଜେପି ମାଣିତରା ମଣ୍ଡଳ), ପ୍ରକାଶ ମହାରଥା (ଯୁବମୋର୍ଚ୍ଚା ସଭାପତି ବିଜେପି ମାଣିତରା ମଣ୍ଡଳ), ସୁଶାନ୍ତ କୁମାର ଡାକୁଆ (ପ୍ରଭାରୀ ବିଜେପି ମାଣିତରା ମଣ୍ଡଳ), ପ୍ରମୋଦ କୁମାର ପଣ୍ଡା (ନାଏବ ସରପଞ୍ଚ ଖୋଳଖାଳି ଗ୍ରାମ ପଞ୍ଚାୟତ), ସାଧୁ ଚରଣ ବିଷୋୟୀ (ସମାଜସେବୀ), ତପନ କୁମାର ମହାପାତ୍ର (ପ୍ରଧାନଶିକ୍ଷକ ବାଙ୍କେଶ୍ବରୀ ବିଦ୍ୟାପୀଠ ଖୋଳଖାଳି), ବିବେକାନନ୍ଦ ବାରିକ (ପୂ.ସରପଞ୍ଚ, ଖୋଳଖାଳି ଗ୍ରାମ ପଞ୍ଚାୟତ), ସୂର୍ଯ୍ୟମଣି ଗୌଡ଼ ପୂ.ସରପଞ୍ଚ, (ଖୋଳଖାଳି ଗ୍ରାମ ପଞ୍ଚାୟତ) ଉକ୍ତ ଉଦ୍ଘାଟନ ଉତ୍ସବରେ ମଞ୍ଚାସିନ ଥିଲେ। ଅଖିଳ ରାଉତ, ନିଗମାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ନିର୍ଦ୍ଦେଶକ : ଅଙ୍ଗଦ କୁମାର ସାହୁ, ସହ-ନିର୍ଦ୍ଦେଶକ : ଦୁର୍ଗା ପ୍ରସାଦ ରଥ ନାଟ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ଟହଲିଆ ଭାବରେ ସୁଦାମ ପ୍ରଧାନ ଦାୟିତ୍ଵ ତୁଲାଇଥିଲେ। କାର୍ତ୍ତିକ କୁମାର ମଙ୍ଗାଳ, ତପନ ପତି ସାମଲ, ଅବିନାଶ ବିଷୋୟୀ, ମଦନ ସାହାଣୀ, ଶିବ ପ୍ରସାଦ ବେହେରା, ଅମୁଲ୍ୟ ସାମଲ, ମହେଶ୍ବର ବାରିକ, ସଞ୍ଜୟ ଖଣ୍ଡେଇ, ଅମ୍ବିକା ସାମଲ, ପ୍ରକାଶ ପାଣି, କୈଳାସ ଚନ୍ଦ୍ର ଦାସ, ଅରୁଣ କୁମାର ସାହାଣୀ, ବିଚିତ୍ର କୁମାର ରାଉତ, ପ୍ରମୋଦ କୁମାର ଦାଶ, ପ୍ରେମାନନ୍ଦ ବାରିକ ପ୍ରମୁଖ ମଞ୍ଚ ପରିଚାଳନା ଦାୟିତ୍ଵ ତୁଲାଇଥିଲେ। ଏବଂ ଖୋଳଖାଳି ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।