ଚମାଖଣ୍ଡି , ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପୁର ଗ୍ରାମରେ ଆସନ୍ତା ୭ ତାରିଖ ଠାରୁ ଏକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଗ୍ରାମରେ ଥିବା ଶ୍ରୀ ହନୁମାନ ଓ ଗ୍ରାମ ଦେବତୀ ମନ୍ଦୀର ର ବାର୍ଷିକ ଉତ୍ସବ ସହିତ ନରେନ୍ଦ୍ର ପୁର ଗ୍ରାମ୍ୟ କମିଟି ଏହି ବିଶ୍ଵଶାନ୍ତି ମହାଯଜ୍ଞ ଆୟୋଜିତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମରେ ଥିବା ଗଙ୍ଗେଶ୍ୱର ମହାଦେବ ଙ୍କ ମନ୍ଦିର ରୁ ଏକ ବିଶ୍ଵାଳ ପଟୁଆର ମଧ୍ୟରେ ଗ୍ରାମର ଅନେକ ପୁରୁଷ ଓ ମହିଳା ହଳଦିଆ ଲୁଗ ପରିଧାନ ଗ୍ରାମରେ ଥିବା ମାଉସୀ ମା ମନ୍ଦିର ପୋଖରୀ ରୁ କଳସ ରେ ଜଳ ଧରି ଗ୍ରାମ ପରିକ୍ରମା କରି ଯଜ୍ଞ ବେଦୀକୁ ଆସିଥିଲେ। ୪ ଦିନ ଧରି ହେବାକୁ ଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ ନାମଯଜ୍ଞ, ଘୃତଯଜ୍ଞ ଓ ପ୍ରାସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବରିଷ୍ଠ ପଣ୍ଡିତ ଡ଼. ସୁଧାଂଶୁ ଶେଖର କରଙ୍କ ତତ୍ବାବଧାନରେ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ । ନରେନ୍ଦ୍ରପୁର ଗ୍ରାମ୍ୟ କମିଟି ତରଫରୁ ରାଜେନ୍ଦ୍ର କୁମାର ଜେନା , ପିତାମ୍ବର ସେଠି , ଅନିଲ କୁମାର ନାୟକ , ପ୍ରଫୁଲ୍ଲ କୁମାର ବେହେରା , ବିନୋଦ ବିଶ୍ଵାଳ , ଲୁଲୁ ଜେନା , ସଦାନନ୍ଦ ରେଡ଼ି, ଶଙ୍କର ବିଷୋୟୀ ଓ ପୋଲିସ ପ୍ରଶାସନ ର ସହଯୋଗ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
