You are currently viewing ପଲ୍ଲୀଶ୍ରୀ କଳା ପରିଷଦ ପକ୍ଷରୁ “ମୁଁ ଅନାଥ ତୁ ଜଗନ୍ନାଥ” ନାଟକ ମଞ୍ଚସ୍ଥ ।
ପଲ୍ଲୀଶ୍ରୀ କଳା ପରିଷଦ ପକ୍ଷରୁ “ମୁଁ ଅନାଥ ତୁ ଜଗନ୍ନାଥ” ନାଟକ ମଞ୍ଚସ୍ଥ ।

କଟକ : କଟକ ସଦର ୪୨ ମୌଜା ଅନ୍ତର୍ଗତ ବରାଳ ଗ୍ରାମ ମା’ ନାରାୟଣୀ ମନ୍ଦିର ମୀନାବଜାର ପଡିଆରେ ପଲ୍ଲୀଶ୍ରୀ କଳା ପରିଷଦ ଦ୍ବାରା ପରିବେଶିତ ସାମାଜିକ ନାଟକ “ମୁଁ ଅନାଥ ତୁ ଜଗନ୍ନାଥ” ଅତ୍ୟନ୍ତ ଶୃଙ୍ଖଳିତ ଏବଂ ରଙ୍ଗୀନ ପରିବେଶ ମଧ୍ୟରେ ମଞ୍ଚସ୍ଥ ହୋଇଥିଲା । କଳପଡା ପଞ୍ଚାୟତ ଓ କୂଳସରିଚୁଆଁ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଏବଂ ବରାଳ ଗ୍ରାମବାସୀଙ୍କ ଅକୁଣ୍ଠିତ ସାହାଯ୍ୟ ସହଯୋଗରେ ଉକ୍ତ ନାଟକ ଗ୍ରାମାଞ୍ଚଳର ବିଶିଷ୍ଟ କଳାକାର ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇ ଖୁବ୍ ସୁନ୍ଦର ଓ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।ଏହି ସାମାଜିକ ନାଟକ ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା । ଏହି ଅବସରରେ ପଲ୍ଲୀଶ୍ରୀ କଳା ପରିଷଦର ସହ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ ନାରାୟଣ ସାସମଲ ଏବଂ ବରାଳ ଗ୍ରାମବାସୀ,ସ୍ଥାନୀୟ ଯୁବକ ମାନେ ଓ ଶୁଭେଚ୍ଛୁ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।