ଅନୁଗୋଳ: (ଦିଲୀପ କୁମାର ଚୋପଦାର) ଆଦର୍ଶ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ବି.ଏସ୍.ସି. ନର୍ସିଂ ଏଣ୍ଡ ଫାର୍ମାସ୍ୟୁଟିକାଲ ସାଇନ୍ସ, ଅନୁଗୁଳ ପରିସରରେ 80ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହିତ ପାଳିତ ହୋଇଯାଇଛି। ଡ. ମହେଶ ଚନ୍ଦ୍ର ଧଳ ଏବଂ ଡ. ଅବନୀକାନ୍ତ ସାରଙ୍ଗୀଙ୍କ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଷ୍ଟାଫ୍ ମେମ୍ବର ଓ ଫ୍ୟାକଲ୍ଟି ସଦସ୍ୟ ଯୋଗଦେଇଥିଲେ।

ଏହି ଅବସରରେ ଶ୍ରୀ ନାଗଭୂଷଣ ଗର୍ଣ୍ଣାୟକ, ଶ୍ରୀମତୀ ଜୟଶ୍ରୀ ବେହେରା, ଶ୍ରୀ ତାପସ କୁମାର ଦେହୁରୀ, ସୁଶ୍ରୀ ରଞ୍ଜିତା ଦାଶ, ସୁଶ୍ରୀ ସୁନିତା ସାହୁ, ସୁଶ୍ରୀ ସୋନାଲିକା ମାଝୀ, ସୁଶ୍ରୀ ସୁଭଶ୍ରୀ ମହାପାତ୍ର, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା ଏବଂ ସୁଶ୍ରୀ ଶୁଭ୍ରାଙ୍ଗୀ ଶ୍ୱେତପଦ୍ମା ଧର ପ୍ରମୁଖ ଉପସ୍ଥିତ ଥିଲେ।
ଅନୁଷ୍ଠାନର ବି.ଏସ୍.ସି. ନର୍ସିଂ, ଏ.ଏନ୍.ଏମ୍, ଜି.ଏନ୍.ଏମ୍, ଡି.ଏମ୍.ଏଲ୍.ଟି. ଏବଂ ଡି.ଏମ୍.ଆର୍.ଟି. ବିଭାଗର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନରେ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନେ ଦେଶପ୍ରେମ, ଜାତୀୟ ଏକତା ଓ ମାନବସେବାର ମହତ୍ତ୍ୱ ବିଷୟରେ ନିଜର ଭାବନା ପ୍ରକାଶ କରିଥିଲେ।

ଭବିଷ୍ୟତରେ ନିଜ ନିଜ ଶିକ୍ଷା ଓ ପେଶା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ଦେଶ ତଥା ସମାଜର ସେବା କରିବା ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦମୟ ପରିବେଶରେ ସମାପ୍ତ ହୋଇଥିଲା।

