ପାତ୍ରପୁର– ଗଞ୍ଜାମ ଜିଲ୍ଲା ପାତ୍ରପୁର କୁ ନୂତନ ଏନ୍ ଏ ସି ଘୋଷଣା ହେବା ପରେ ଜାତୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପାତ୍ରପୁର ରେ ପ୍ରଥମ ସ୍ୱାୟତ୍ତ ଶାସନ ଦିବସ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା କୁଠାରି ଙ୍କୁ ପୂଜା ଅର୍ଚ୍ଚନା କରିବା ପରେ ଆଜ୍ଞା ମାଳ ନେଇ ବାଦ୍ୟ ବାଜଣା ସହ ଏକ ବିରାଟ ଶୋଭାଯାତ୍ରା ବାହାରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। କାର୍ଯ୍ୟାଳୟ ଠାରେ ଏକ ସଭା ଆୟୋଜନ କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ମେଡିକାଲ ଇନ୍ ଚାର୍ଜ ଡ଼ା ସମ୍ବିତ ବେଗରାୟ , ସ୍ଵେଚ୍ଛାସେବୀ ୱାଇ ମୋହନ ରାଓ, ପୂର୍ବତନ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ପୂର୍ବତନ ସରପଞ୍ଚ ସଦାନନ୍ଦ ନାୟକ, ବି ଇ ଓ ସୀତାରାମ ପାତ୍ର, ସି ଡି ପି ଓ ନମିତା ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ପ୍ରଦାନ କରିଥିଲେ।

ପାଳିତ ଦିବସ ଅବସରରେ ବିଭାଗୀୟ ଅଧିକାରୀ, ସାମ୍ୱାଦିକ , ବିଭିନ୍ନ ସଙ୍ଘ ସଭାପତି, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ପାତ୍ରପୁର ଏନ୍ ଏ ସି ର ଜନସାଧାରଣ ଙ୍କୁ ଅଭିନନ୍ଦନ ଜଣାଇବା ସହ ଏନ୍ ଏ ସି ର ଉନ୍ନତି ପାଇଁ ସହଯୋଗ କରିବା ପାଇଁ ବିଧାୟକ ଅନୁରୋଧ କରିଥିଲେ। ବି ଏସ ଏସ ଓ ସ୍ନେହାଶିଷ ପଟ୍ଟନାୟକ ଓ ଯୋଗାଣ ଅଧିକାରୀ ପଦ୍ମେସ ଶତପଥୀ ପରିଚାଳନା କରିଥିବା ବେଳେ ସମସ୍ତ ଅଫିସ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇପାରିଥିଲା।

