ସୋରଡ଼ା ) 1/9ପାଳିତ ହେଲା ରାଷ୍ଟ୍ରୀୟ ଡ୍ରାଇଭର ଦିବସ l ସେପ୍ଟେମ୍ବର 1 ତାରିଖରେ ସବୁଠି ପାଳିତ ହେଉଛି ରାଷ୍ଟ୍ରୀୟ ଡ୍ରାଇଭର ଦିବସ l ଏହି ଡ୍ରାଇଭର ଦିବସକୁ ବୋହୁ ଆଡମ୍ବରରେ ପାଳନ କରୁଛନ୍ତି ଡ୍ରାଇଭର ଭାଇମାନେ l ସେହିପରି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବଡ଼ଗଡ଼ ଠାରେ ମଧ୍ୟ୍ୟ ବୋହୁ ଆଡମ୍ବରରେ ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ଡ୍ରାଇଭର ଦିବସ l

ବଡ଼ଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର, ରାମ ମନ୍ଦିର, ଶିବ ମନ୍ଦିରରେ ଡ୍ରାଇଭର ଭାଇମାନଙ୍କ ମଙ୍ଗଳ କାମନା ଉଦେଶ୍ୟରେ ପୁଜାର୍ଚନା କରିବା ସହ ବଡ଼ଗଡ଼ ଠାରେ ନଗର ପରିକ୍ରମା କରାଯାଇଥିଲା l ଆଜିର ଏହି ଡ୍ରାଇଭର ଦିବସରେ ସୋରଡ଼ା ବ୍ଲକ ଅଞ୍ଚଳର ସତାଧିକ ଡ୍ରାଇଭର ଭାଇମାନେ ଯୋଗଦାନ କରିଥିଲେ l ଆଜିର ଏହି ଡ୍ରାଇଭର ଦିବସ ଅବସରରେ ବଡ଼ଗଡ଼ ଥାନା ତରଫରୁ ମଧ୍ୟ୍ୟ ଡ୍ରାଇଭର ଭାଇ ମାନଙ୍କୁ ସଚେତନ କରାଇବା ସହ, ନିଶା ସେବନ ଠାରୁ ଦୁରେଇ ରହି ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଉପଦେଶ ଦିଆଯାଇଥିଲ l

ଆଜିର ଏହି କାର୍ଯ୍ୟକ୍ରମରେ ସୋରଡ଼ା ଡ୍ରାଇଭର ମହାସଙ୍ଘର ସଭାପତି କାହ୍ନୁ ଚରଣ ନାୟକ, ସମ୍ପାଦକ ଗୋପାଳ କୃଷ୍ଣ ଜାନି, ଉପଦେଷ୍ଟା ଗୌରାଙ୍ଗ ପାଢ଼ୀ,ସହ ସମ୍ପାଦକ ଶିବଶଙ୍କର ବେହେରା, କୋଷଦକ୍ଷ ଶିବଶଙ୍କର ସାହୁ,ଆଡଭାଇଜର ଗୋପାଳ କୃଷ୍ଣ ପଟ୍ଟନାୟକ ଯୋଗଦାନ କରି ଡ୍ରାଇଭର ଭାଇ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ,ଡ୍ରାଇଭର ଭାଇ ମାନଙ୍କୁ ଏକତାର ବାର୍ତ୍ତା ଦେଇଥିଲେ l

