You are currently viewing ଦୃଷ୍ଟିହୀନ ବିଦ୍ୟାଳୟରେ ସଂଗୀତ ପ୍ରତିଯୋଗିତା
ଦୃଷ୍ଟିହୀନ ବିଦ୍ୟାଳୟରେ ସଂଗୀତ ପ୍ରତିଯୋଗିତା

ବ୍ରହ୍ମପୁର
7/9/2026
ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ତା 7/9/2026 ରିଖ ଅପରାହ୍ନରେ ଅମ୍ବାପୁଅସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା ତଥା ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟାକ୍ଷତାରେ ଓ ସମ୍ପାଦକ ମହମଦ ଆସଲାମଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଉପାଯୁକ୍ତ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଯୋଗଦେଇ ସମବେତ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ନିଜକୁ ଅକ୍ଷମ ମନେ ନ କରି ସେମାନେ ସବୁକିଛି କରିପାରିବାର ସ୍ବପ୍ନଦେଖି ତାକୁ ସାକାର କରିବାରେ ସକ୍ଷମ କହି ଉତ୍ସାହିତ କରିଥିଲେ | ମୁଖ୍ୟବକ୍ତା ଭାବେ ଜମିୟା ମିଳିଆ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଆଲତାଫ ଖାନ ଛାତ୍ର ଛାତ୍ରୀଙ୍କୁ ଆମଦେଶର ମହାନ ମାନବ ସମ୍ବଳରୂପେ ଅଭିହିତ କରିଥିଲେ | ସଂଗୀତ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ସୁନିର ବିଶ୍ୱାସ, ଇସ୍ମାଇଲ ଖାନ, ରୟାଲ ମ୍ୟୁଜିକର କଣ୍ଠଶିଳ୍ପୀ ଶ୍ରୀ ରମେଶ ସେଠି ଓ ସୁଶ୍ରୀ ରୁବିନା ପ୍ରମୁଖ ରହିଥିଲେ | କୃତି ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ସ୍ମାରକୀ ଫଳକ ବିତରଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରର ବରିଷ୍ଠ ସଦସ୍ୟ ଡ଼ କୈଳାସ ଚନ୍ଦ୍ର ତ୍ରିପାଠୀ, ମାନସ ରଞ୍ଜନ ପାତ୍ର, ପାର୍ବତୀ ପ୍ରସାଦ ପାଢ଼ୀ, ସନ୍ତୋଷ କୁମାର ରେଡି ପ୍ରମୁଖ ଯୋଗ ଦେଇ ଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ କ୍ତବ୍ୟରେ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟରେ ସଂଗୀତର ଭୂମିକା ଓ ଦୃଷ୍ଟିହୀନ ବିଦ୍ୟାଳୟ ସମ୍ପର୍କରେ କହିଥିଲେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଅକୁଣ୍ଠିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭରେ ନେପାଳ ହିମସ୍ଖଳନରେ ପ୍ରଣାହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ମିନଟ ନିରବ ପ୍ରାର୍ଥନା କରାଯାଇ ଥିଲା | ଶେଷରେ ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା |ମହମଦ ଆସଲାମ |ସାଧାରଣ ସମ୍ପାଦକ |