ଗୋପାଳପୁର ୧୫/୯/୨୬ ଗୋପାଳପୁର ଆହାର କେନ୍ଦ୍ର ବହୁ ବାଦ ବିବାଦ ପରେ ଚଳିତ ମାସ ୧ ତାରିଖରେ ମା ମଙ୍ଗଳା ମହିଳା ସଂଘକୁ ସ୍ଥାନୀୟ ଏନ ଏ ସି ପକ୍ଷରୁ ହସ୍ତାନ୍ତର କରାଯାଇଥିଲା l ଏହି ଆହାର କେନ୍ଦ୍ରରେ ୧୫୦ ମିଲସ ଆରମ୍ଭ କରି ୩୫୦ କୁ ବୃଦ୍ଧି କରାଯାଇଛି l ଏହି ଆହାର କେନ୍ଦ୍ର ସକାଳ ୧୧ ଘଣ୍ଟା ଠାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଳାଯାଇ ୫ ଟଙ୍କିଆ ମିଲସ ଦିଆଯାଉଥିଲା l ଯଦ୍ୱାରା ଗରିବ,ଦିନ ମଜୁରିଆ ଆଖପାଖ ଅଂଚରରୁ ବହୁ ଲୋକେ ଏଠାରେ ଖାଦ୍ୟ ଖାଇଥାନ୍ତି l ଆଜି ଆହାର କେନ୍ଦ୍ରଟି ବନ୍ଦ ରହିଥିବାରୁ ବହୁ ଲୋକେ ଖାଇବାକୁ ନପାଇ ନିରାଶ ହୋଇ ଫେରିଥିଲେ l ବହୁ ବିଳମ୍ବରେ ଆହାର କେନ୍ଦ୍ରର ତାଲା ଖୋଲାଯାଇଥିବା ବେଳେ ବହୁ ଭିଡ଼ ରହିଥିଲେ ମଧ୍ୟ୍ୟ ରନ୍ଧା ଖାଦ୍ୟ ନଥିବା ଅଭିଯୋଗ ହୋଇଥିଲା l ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକଙ୍କ ସହ ଯୋଗାଯୋଗ ବେଳେ ଆଜି ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ବନ୍ଦ ରହିଥିବା ନେଇ ଆହାର କେନ୍ଦ୍ର ଦାୟିତ୍ୱରେ ରହିଥିବା ଅଧିକାରୀ ଶ୍ରବଣ କୁମାର ଚାନ୍ଦ ଆହାର କେନ୍ଦ୍ର ଚଳାଉଥିବା ମହିଳା ସଂଘକୁ ଆଜି ନୁଆଁଖାଇ ବୋଲି କହିବାରୁ ଆହାର କେନ୍ଦ୍ର ବନ୍ଦ ରହିବ ସୂଚନା ଦେଇଥିବାରୁ କେନ୍ଦ୍ରଟି ବନ୍ଦ ରହିଥିଲା l ଆହାର କେନ୍ଦ୍ର ବନ୍ଦ ରହିଥିବା ଅଭିଯୋଗ ଆସିବା ପରେ କାରଣ ବୁଝିଵା ପରେ ତୁରନ୍ତ ଖୋଲିବା ପାଇଁ ଅନୁମତି ଦେବା ପରେ ଖାଦ୍ୟ ଲୋକଙ୍କୁ ଦିଆ ଯାଇଥିବା କହିଛନ୍ତି l
