You are currently viewing ବନ୍ଧୁବାନ୍ଧବ ସହ ନୂଆଁଖାଇ ଭେଟ ଘାଟ କଲେ କପେନା ଚନ୍ଦନ ଟାକ୍ରୀ
ବନ୍ଧୁବାନ୍ଧବ ସହ ନୂଆଁଖାଇ ଭେଟ ଘାଟ କଲେ କପେନା ଚନ୍ଦନ ଟାକ୍ରୀ

ଉମରକୋଟ. ପଶ୍ଚିମ ଓଡିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୁଆଁଖାଇ ଓଡିଶାର କୋଣେ ଅନୁକୋଣେ ହର୍ଷ ଉଲ୍ଲାସର ସହ ପାଳିତ ହୋଇଥିବା ବେଳେ କପେନା ଚନ୍ଦନ ଟାକ୍ରୀ ନିଜ ପରିବାର ବନ୍ଧୁବାନ୍ଧବ ଏବଂ ଆତ୍ମୀୟ ସହୋଦର ମାନଙ୍କ ସହ ନୂଆଁଖାଇ ଭେଟ ଘାଟ କରିଥିଲେ ଓ ପରିବାର ଓ ବନ୍ଧୁବାନ୍ଧବ ମାନଙ୍କ ସହ ଭାଇଚାରା ବାଣ୍ଟି ଥିବା ଦେଖିବାକୁ ମିଳିଥିଲା |ଆଦିବାସୀ ଚାଷୀଙ୍କ କୃଷି ଭିତ୍ତିକ ମହାନ ପର୍ବ ହେଉଛି ନୁଆଁଖାଇ ପର୍ବ |

ଏହି ଅବସରରେ ସମସ୍ତେ ନିଜ ନିଜ ଗ୍ରାମ ଦେବତା ଓ ପିତୃ ପୁରୁଷ ମାନଙ୍କ ପୂଜାର୍ଚନା ସ୍ୱରୂପ ନୂତନ ଧାନରେ ତିଆରି ଚୁଡା ଭୋଗ ଅର୍ପଣ କରାଯାଇ ପରେ ସମସ୍ତେ ନୂଆଁ ଅନ୍ନ ଭକ୍ଷଣ କରି ବଡ ମାନଙ୍କ ଆଶୀର୍ବାଦ ନେଇଥାନ୍ତି |ଶୁକ୍ରବାର ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର କପେନା ପଂଚାୟତ ସଦର ମହୁକମା ଚନ୍ଦନ ଟାକ୍ରୀ ଙ୍କ ବାସ ଭବନରେ ଏହି ନୁଆଁଖାଇ ଭେଟ ଘାଟ ପର୍ବ ବେଶ ଧୂମଧାମରେ ପାଳିତ ହୋଇଛି |ନୁଆଁଖାଇ ଭେଟ ଘାଟ ପର୍ବର ରୀତିନୀତି ମୁତାବକ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସମସ୍ତେ ପରସ୍ପରକୁ ନୁଆଁଖାଇ ଜୁହାର ଜଣେଇଥିଲେ | ସମସ୍ତଙ୍କ ଗହଣରେ ବୟ ଜୈଷ୍ଠ ମାନଙ୍କ ଆଶୀର୍ବାଦ ନେବା ସହ କନିଷ୍ଠ ମାନଙ୍କୁ ସ୍ନେହ ବାଣ୍ଟି ଥିଲେ |