ଓଡିଶାର 988ଶିଶୁ ବିଦ୍ୟା ମନ୍ଦିର ମଧ୍ୟରୁ 45ଟି ଶିଶୁ ମନ୍ଦିର ଚୟନ କରାଯାଇଛି. ବିଭିନ୍ନ ରାଜ୍ୟରୁ 5 ଜଣ ବିଶିଷ୍ଟ ଶିକ୍ଷାବିତ ଗଞ୍ଜାମ ଜିଲ୍ଲାର ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ 4ଦିନ ଧରି ଶୈକ୍ଷିକ, ପର୍ଯ୍ୟାବରଣ, ପରିବେଶ ତଥା ସାମାଜିକ ତଥ୍ୟ ଉପରେ ଆଲୋଚନା କରି ଜାତୀୟ ଶିକ୍ଷାନୀତିରେ କ୍ରିୟାନୟାନ ଅଭିବୃଦ୍ଧି ନିମନ୍ତେ ପରିଦର୍ଶନ ପାଇଁ ଆସିଛନ୍ତି

ଶ୍ରେଣୀ ଶିକ୍ଷା ପରିଦର୍ଶନ, ଅଭିଵାବକ ବୈଠକ,ମାତୃ ଭାରତୀ ବୈଠକ, ବିଦ୍ୱତ ପରିଷଦ ଭଳି କିଛି କାର୍ଯ୍ୟକ୍ରମରେ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ 5 ଜଣ ଶିକ୍ଷାବିତ ପରିଭ୍ରମଣରେ ଆସିଛନ୍ତି l

ସେମାନେ NEP ଏବଂ SCERT ମାଧ୍ୟମରେ ଶିକ୍ଷା ପ୍ରଣାଳୀ ଅନୁଧ୍ୟାନ କରିଛନ୍ତି. ସେମାନେ ଏହି ଶିଶୁ ମନ୍ଦିରର ଶୈକ୍ଷିକ ଶିକ୍ଷା ପ୍ରଣାଳୀରେ ଅନୁପ୍ରାଣିତ ହୋଇଛନ୍ତି.ସେମାନଙ୍କ ମତରେ ଆଗାମୀ ଦିନରେ ଗୋସାଇଁ ନୂଆଗାଁ ଶିଶୁ ମନ୍ଦିର ରାଜ୍ୟର ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ହେବ ବୋଲି ମତ ପୋଷଣ କରିଛନ୍ତି l ଏହି 4ଦିନର ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସେମାନଂକୁ ସହଯୋଗ କରିଥିଲେ.



