You are currently viewing କର୍ଣ୍ଣଲ ପ୍ରଶାନ୍ତ କୁମାର ମିଶ୍ର ଜିଲ୍ଲା ସୈନିକ ବୋର୍ଡ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ
କର୍ଣ୍ଣଲ ପ୍ରଶାନ୍ତ କୁମାର ମିଶ୍ର ଜିଲ୍ଲା ସୈନିକ ବୋର୍ଡ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର,୭|୧୦,ଜିଲ୍ଲା ସୈନିକ ବୋର୍ଡର ସମ୍ପାଦକ ପଦବୀ ପୂରଣ ହୋଇଛି । ରାଜ୍ୟ ସୈନିକ ବୋର୍ଡ ର ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ସୈନିକ ବୋର୍ଡର ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବସରପ୍ରାପ୍ତ କର୍ଣ୍ଣଲ ପ୍ରଶାନ୍ତ କୁମାର ମିଶ୍ର । ନୂତନ ଭାବେ ନିଯୁକ୍ତି ପାଇଥିବା ସମ୍ପାଦକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛି ଗଞ୍ଜାମ ଜିଲ୍ଲା ସେବା ନିବୃତ୍ତ ସେନା କର୍ମଚାରୀ ସଂଘ । ସଙ୍ଘର ସଭାପତିଙ୍କ ସମେତ ସମସ୍ତ ସେବା ନିବୃତ୍ତ ସେନା କର୍ମଚାରୀ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି ନବ ନିଯୁକ୍ତ ସମ୍ପାଦକଙ୍କ ସହିତ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସେବା ନିବୃତ ସେନା କର୍ମଚାରୀଙ୍କ ବିଭିନ୍ନ ସମସ୍ୟାକୁ ସମାଧାନ ପାଇଁ ଗଠନ ହୋଇଥିଲା ଜିଲ୍ଲା ସୈନିକ ବୋର୍ଡ । ତେବେ ବ୍ରହ୍ମପୁରରେ ଥିବା ଜିଲ୍ଲା ସୈନିକ ବୋର୍ଡରେ ୨୦୧୬ ମସିହା ଠାରୁ ସମ୍ପାଦକ ପଦବୀ ଖାଲି ପଡ଼ିଥିଲା । ଦୀର୍ଘ ୧୦ ବର୍ଷ ଧରି ସମ୍ପାଦକ ପଦବୀ ଖାଲି ପଡ଼ିବା ପରେ ସେବା ନିବୃତ୍ତ ସେନା କର୍ମଚାରୀ ଗଞ୍ଜାମ ଜିଲ୍ଲାପାଳ ନିକଟରେ ସମ୍ପାଦକ ପଦବୀ ପୂରଣ ପାଇଁ ଦାବି ଉପସ୍ଥାପନା କରି ଆସୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗସ୍ତ ସମୟରେ ଏହି ପଦବୀ ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲା ସଂଘ । ସେନା କର୍ମଚାରୀ ଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଡ଼ିଏ ସମ୍ପାଦକ ଏବଂ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବୁଧବାର ଦିନ ନୂତନ ଭାବେ ଜିଲ୍ଲା ସୈନିକ ବୋର୍ଡର ସମ୍ପାଦକ ଙ୍କ ନିଯୁକ୍ତି ପରେ ସେବା ନିବୃତ୍ତ ସେନା କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।ଏହି ଅବସରରେ ସେବା ନିବୃତ୍ତ ସେନା କର୍ମଚାରୀ ସଂଘ ସଭାପତି କାଳୁ ଚରଣ ପ୍ରଧାନ, ସାଧାରଣ ସମ୍ପାଦକ ଅଭୟ ଚରଣ ପାତ୍ର,ଉପ ସଭାପତି ଜଗନ୍ନାଥ ସାହୁ ଏବଂ ନିକୁଞ୍ଜ ପ୍ରଧାନ,କୋଷାଧ୍ୟକ୍ଷ ଭାଗିରଥୀ ପ୍ରଧାନ,ମିଡିଆ ସଂଯୋଜକ ଶିବ ଶଙ୍କର ମାଝୀ,ଚିତ୍ରସେନ ବାରିକ,ବିଦ୍ୟାଧର ପ୍ରଧାନ,ଭଗବାନ ସ୍ବାଇଁ,ଏସ.ଏସ ପରିଚ୍ଛା ଙ୍କ ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ ।