ଚିକିଟି — ଚଳିତ ବାତ୍ୟା ଅର୍ଣ୍ଣବ ଚିକିଟି ବ୍ଲକ ର କିଛି ଅଞ୍ଚଳ ଜଳର୍ଣ୍ଣବ କରିଦେଇଥିବା ବେଳେ ପ୍ରବଳ ବର୍ଷା ରେ ସମସ୍ତେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ଫଳରେ ଜନ ଜୀବନ ହନ୍ତସନ୍ତ ହୋଇ ପାନୀୟ ଜଳ,ଖାଦ୍ୟ.ଗମନା ଗମନ କ୍ଷେତ୍ରରେ ଜଟିଳ ସମସ୍ୟା ଉପୁଜି ଥିଲା। କ୍ଷତିଗ୍ରସ୍ତ ଙ୍କୁ ବିଭିନ୍ନ ସ୍ତର ରୁ ସହାୟତା ର ହାତ ବଢ଼ା ଯାଇଥିବା ବେଳେ କଂଗ୍ରେସ ତରଫରୁ ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ରେ ଏକ ଟିମ ଉପକୂଳ ବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି ସମସ୍ୟା ସମ୍ପର୍କ ରେ ଆଲୋଚନା ସହ ସମବେଦନା ମଧ୍ୟ ଜଣେଇଛନ୍ତି।ସମସ୍ୟା ର ସମାଧାନ ନେଇ ପ୍ରଶାସନ ନିକଟରେ ରେ ଉପସ୍ଥାପନ କରିବା ପ୍ରତିଶୃତି ଦେଇ ଘଟଣା ସ୍ଥଳ ରେ ମଧ୍ୟ କିଛି ସମାଧାନ କରିବାପାଇଁ ଚେଷ୍ଟା ମଧ୍ୟ କରିଥିଲା ଟିମ ସୁନପୁର ଗ୍ରାମ ର ମିନି ସାହି ତଳିଆ ଅଞ୍ଚଳ ହୋଇଥିବା ରୁ ପ୍ରବଳ ପାଣି ଜମି ସାହି ବାସିନ୍ଦା ଚାରିଦିନ ଧରି ଭୋକ ଶୋଷ ରେ ରହିଥିଲେ। ଶନିବାର ବ୍ଲକ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। କଂଗ୍ରେସ ତରଫରୁ ମଧ୍ୟ ଚୂଡ଼ା,ଚିନି,ଡାଲି,ଆଳୁ,ଚାଉଳ,ଇତ୍ୟାଦି ଶୁଖିଲା ଖାଦ୍ୟ ବଣ୍ଟନ ସହ ଗୋ ଖାଦ୍ୟ ବଣ୍ଟନ କରାଯାଇଛି।ଆଗାମୀ ତିନି ଦିନ ପାଇଁ ଦଳ ତରଫରୁ ସାହି ବାସିନ୍ଦା ଙ୍କୁ ପାନୀୟ ଜଳ ଯୋଗେଇ ଦିଆଯିବ ଏବଂ ଅନ୍ୟ ପକ୍ଷ ରେ ସାମାନ୍ୟ ସ୍ଥିତି ଆଣିବା ପାଇଁ ପ୍ରଶାସନ କୁ ଅନୁରୋଧ କରାଯାଇ ପାନୀୟ ଜଳ ଯୋଗେଇ ଦେବାକୁ ଦାବି ଦଳ ତରଫରୁ କରାଯାଇଛି। ଉକ୍ତ ସମୟରେ ଚିକିଟି ବ୍ଲକ ସଭାପତି ନିଗମାନନ୍ଦ ପଣ୍ଡା, ପାତ୍ରପୁର ବ୍ଲକ ସଭାପତି ବତ୍ସ ପ୍ରଧାନ,କ୍ଷମା ପ୍ରସାଦ ମହାରଣା,ଟିକିନା ବେହେରା,ଡିଲି ବେହେରା ଓ ଗୋପାଳ ବେହେରା ପ୍ରମୁଖ ସାମିଲ ଥିଲେ।

