ଚିକିଟି — ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅନ୍ତର୍ଗତ ନୂଆପଡା ସର୍କିଲ ଅଧିନସ୍ଥ ୩ ଟି ପଞ୍ଚାୟତର ୨୮ ଟି ଗ୍ରାମ ର ବିପନ୍ନ ପରିବାର ଗୁଡ଼ିକୁ ବିଜୁ ସୋମବାର ଦିନ ପଲିଥିନ ବଣ୍ଟନ କରାଯାଉଥିବା ବେଳେ ଉତ୍ତେଜନା ଦେଖା ଦେଇଥିଲା। ଦୀର୍ଘ ସମୟ ଧରି ଲୋକମାନେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରିଥିଲେ।ଏନେଇ କର୍ମଚାରୀ ବୃନ୍ଦ ନୂଆପଡା ଫାଣ୍ଡି କୁ ଜଣାଇବା ପରେ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝl ସୁଝା କରି ଫେରିଥିଲେ।ସୂଚନା ଅନୁସାରେ ଅର୍ଣ୍ଣବ ପ୍ରଭାବରେ ଚିକିଟି ବ୍ଲକ ଅନ୍ତର୍ଗତ ୧୭ ଗୋଟି ପଞ୍ଚାୟତ ର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ କ୍ଷତି ଘଟିଥିଲା ଏହାକୁ ଦୃଷ୍ଟିରେ ରଖି ନୂଆପଡା ସର୍କଲର ବିଭିନ୍ନ ଗ୍ରାମାଞ୍ଚଳର ବିପନ୍ନ ଲୋକଙ୍କୁ ପଲିଥିନ ବଣ୍ଟା ଯାଉଥିବା ବେଳେ ସ୍ୱଳ୍ପ ସଂଖ୍ୟକ ପଲିଥିନ ଆସିଥିବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା।
