You are currently viewing ଜୁଆଖେଳ ଆଡା ଉପରେ ଅତର୍କିତ ଚଢ଼ାଉ୬ ଅଭିଯୁକ୍ତ ଗିରଫ
ଜୁଆଖେଳ ଆଡା ଉପରେ ଅତର୍କିତ ଚଢ଼ାଉ୬ ଅଭିଯୁକ୍ତ ଗିରଫ

ପୁରୀ,୧୫/୧୧-ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ଥିବା ଏକ ସେଲୁନ୍ ଦୋକାନରେ ଶନିବାର ଛଅ ଜଣ ଦୁବୃର୍ତ୍ତ ତାସ ପତ୍ତା ଦ୍ଵାରା ଜୁଆଖେଳ କରୁଥିଲେ। ସେଲୁନ ଦୋକାନର ମୂଖ୍ୟ ଦ୍ଵାରକୁ କପଡ଼ା ସ୍କ୍ରିନ୍ ପକାଇ ବନ୍ଦ କରି ଟଙ୍କା ବାଜି ଲଗାଇ ଦୁବୃର୍ତ୍ତ ମାନେ ଜୁଆ ଖେଳର ଆଢା ଜମାଇଥିଲେ। ଖବର ପାଇ ଟାଉନଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲ।। ଉକ୍ତ ଜୁଆଖେଳ ଆଡା ରୁ ୩୨୦୦୦ ଟଙ୍କା, ୪ ଗୋଟି ମୋବାଇଲ ଫୋନ୍ ଓ ୫୫ ଟି ତାସ ପତ୍ତା ଜବତ୍ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଚୁଡଙ୍ଗ ସାହିର ବିଜୁ ଓରଫ ବିଜୟ ଭୋଳ (୩୦), ଚୁଡ଼ଙ୍ଗ ସାହିର ଟିଟନ୍ ଓରଫ ଜ୍ଞାନରଞ୍ଜନ ବେହେରା (୩୧), ମାର୍କଣ୍ଡେଶ୍ଵର ସାହି ତ୍ରିଦେବ ନଗର ର ନିଳମାଧବ ମହାନ୍ତି (୩୩), ବାଲିସାହି ର ସୁକୁମାର ପାଢ଼ୀ (୪୮), ମାର୍କଣ୍ଡେଶ୍ଵର ସାହି ମିଶ୍ର ସାହିର ଶିବା ଓରଫ ଶିବ ପ୍ରସାଦ ପରିଡା (୫୧), ଗୋପାଳପୁର ର ସାହେବ ଦାସ (୫୮) ସମସ୍ତ ଅଭିଯୁକ୍ତଙ୍କୁ କେସ ନମ୍ବର ୭୮୪/୨୬ରେ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେ ଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ଜୁଆଖେଳ ଏବଂ ନିଶା କାରବାର ବିରୋଧରେ ପୁରୀ ପୋଲିସ ର ଚଢ଼ାଉ ଜାରି ରହିଛି।