You are currently viewing ନଭେମ୍ବର ୧୭ରରେ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀଶରଧାବାଲିରେ ସ୍ମୃତି ସଭା ଓ ସଙ୍ଗୀତ ନୃତ୍ଯ ବିଚିତ୍ରା
ନଭେମ୍ବର ୧୭ରରେ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀଶରଧାବାଲିରେ ସ୍ମୃତି ସଭା ଓ ସଙ୍ଗୀତ ନୃତ୍ଯ ବିଚିତ୍ରା

ପୁରୀ,୧୫/୧୦-ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସଭା ଓ ସଙ୍ଗୀତ ନୃତ୍ଯ ବିଚିତ୍ରା ନଭେମ୍ବର ୧୭ ମଙ୍ଗଳବାର ସଂଧ୍ଯାରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ଅଧିକାଂଶ କଣ୍ଠଶିଳ୍ପୀ ,ଚଳଚ୍ଚିତ୍ର ନାୟିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଏଥିପାଇଁ ରବିବାର ଅପରାହ୍ନରେ ବଡଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସ୍ମୃତି ପୀଠ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ର ସଭାପତି ତଥା ପୂର୍ବତନ ପ୍ରଶାସକ ବିନୋଦ କୁମାର ପଣ୍ଡା, ସାଧାରଣ ସମ୍ପାଦକ ଲକ୍ଷ୍ମୀ ନାରାୟଣ ପୃଷ୍ଟି, ଉପସଭାପତି ଶଙ୍ଖମିତ୍ର ସିଂହାରୀ, ମୁଖ୍ଯବକ୍ତା ଡା ପ୍ରଭାକର ତ୍ରିପାଠୀ, ମଞ୍ଚର ସଭ୍ଯ ତଥା ହ୍ୟୁମାନ ସାଗରଙ୍କ ଶଶୁର ଡା ଶ୍ରୀକାନ୍ତ ମିଶ୍ର, ସଂଗଠନ ସମ୍ପାଦକ ସୁରେନ୍ଦ୍ର ନାୟକ, ସାସ୍କୃତିକ ସମ୍ପାଦକ ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ହ୍ୟୁମାନ ସାଗରଙ୍କ ସ୍ମତି ରକ୍ଷା ଓ ସଙ୍ଗୀତ ର ଧାରା ବଞ୍ଚାଇବା ପାଇଁ ଏଭଳି ଉଦ୍ଯମ ଆବଶ୍ୟକ ବୋଲି କହିଥିଲେ । ଏହି ଶ୍ରାଦ୍ଧବାର୍ଷିକୀ କୁ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପରିବାର ଓ କଟକର ଓଡ଼ିଶା ସଙ୍ଗୀତ କଳାକାର ଏକତା ମଞ୍ଚ ପକ୍ଷରୁ ଆୟୋଜିତ କରାଯାଉଛି । ଏଥିରେ ଅତିଥି ଭାବେ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଭୂପେଶ କୁମାର ପାଣିଗ୍ରାହୀ, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସତ୍ଯଜିତ ନାୟକ ପ୍ରମୁଖ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, ସିନେ କଳାକାର, ସିନେ ନିର୍ଦ୍ଦେଶକ ମାନେ ଯୋଗଦେବେ । ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଆତ୍ମାର ସଦଗତି ପାଇଁ ତାଙ୍କ ଗୀତ ଗୁଡିକ ଗାନ କରାଯିବ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବେଳାଭୂମିରେ ହ୍ୟୁମାନ ସାଗରଙ୍କ ବାଲୁକା କଳା ପ୍ରତିମୂର୍ତ୍ତି ଉନ୍ମୋଚିତ ହେବ । ଏହି ସଙ୍ଗୀତ ସଂଧ୍ଯାରେ ସଙ୍ଗୀତପ୍ରେମୀ, କଳାପ୍ରେମୀ ଓ ପୁରୀବାସୀ ଯୋଗ ଦେବାକୁ ମଞ୍ଚ ଅନୁରୋଧ କରିଛି ।