You are currently viewing ଭାଲିଆଝୋଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଲା ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଭାଲିଆଝୋଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଲା ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସାନଖେମୁଣ୍ଡି ବ୍ଲକ ,ପି ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭାଲିଆଝୋଳା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଅଛି ।ଅତୀତରେ ୨୦୨୩-୨୪ ଶିକ୍ଷା ବର୍ଷରେ ମଧ୍ୟ ଏହି ବିଦ୍ୟାଳୟ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲା।ଶିକ୍ଷା ବର୍ଷ ୨୦୨୪ ଓ ୨୦୨୫ ସକାଶେ କ୍ରମାଗତ ଦୁଇ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିବା ଉକ୍ତ ଅଞ୍ଚଳ ପାଇଁ ଏକ ଗୌରବ ପାଲଟିଛି ।

ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହାଇ ସ୍କୁଲ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ:ସୁରଭି ଏଵଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ବିଦ୍ୟାଳୟ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ କର କମଳରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟ ନାରାୟଣ ନାୟକ ପୁରସ୍କାର ଗ୍ରହଣ କରିଛନ୍ତି।ପୁରସ୍କାର ପ୍ରାପ୍ତ ପରେ ବିଦ୍ୟାଳୟ କତ୍ତୃପକ୍ଷ , ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ନାୟକଙ୍କ ତତ୍ତ୍ଵାବଧାନରେ ଏବଂ ସି.ଆର୍.ସି.ସି ଶ୍ରୀ ଦିଲ୍ଲୀପ କୁମାର ପ୍ରଧାନଙ୍କ ମାର୍ଗ ଦର୍ଶନରେ ବିଦ୍ୟାଳୟରେ ବିଭିନ୍ନ ଅଭିନବ ଶିକ୍ଷଣ କାର୍ଯ୍ୟକ୍ରମ,ଶିକ୍ଷଣ ପଦ୍ଧତି ଓ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶମୂଳକ ଉଦ୍ୟମ କାର୍ଯ୍ୟକାରୀ ହୋଇ ଆସୁଅଛି।ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ସି. ଆର୍,.ସି.ସି ,ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି।ବୁଦ୍ଧିଜୀବୀମାନେ ଉକ୍ତ ବିଦ୍ୟାଳୟର ପ୍ରୟାସକୁ ଶତ ପ୍ରଶଂସା କରିଛନ୍ତି।