You are currently viewing ପୋଡାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୨ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ
ପୋଡାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୨ ତମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ

ଗଞ୍ଜାମ,୨୨/୧୨/୨୫( ):ସାନଖେମୁଣ୍ଡି ବ୍ଲକ ଅଧୀନ ପୋଡାମାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳ ର ବୁଦ୍ଧିଜୀବୀ, ଜନସାଧାରଣ ଙ୍କ ସହ ଛାତ୍ର ଛାତ୍ରୀ ଙ୍କ ସମାବେଶ ରେ ଆୟୋଜିତ ଏହି

ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଆସିକା ଲୋକସଭା ସଦସ୍ୟା ଶ୍ରୀମତୀ ଅନିତା ସୁଭଦର୍ଶିନୀ ଯୋଗଦେଇ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ବର୍ଗତ ସୋମନାଥ ଦାସ ବାବାଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଆୟୋଜିତ ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ।

ସାନମାନିତ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଚେୟାରମ୍ୟାନ ଶ୍ରୀ ସିମାଞ୍ଚଳ ପାତ୍ର, ଘୁମୁସର ଜିଲ୍ଲା ବି.ଜେ.ପି ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, ପୋଡାମାରୀ ସରପଞ୍ଚ ଶ୍ରୀ ସନ୍ତୋଷ ବିଷୋୟୀ, ସମିତିସଭ୍ୟ ପ୍ରତିନିଧି ଶ୍ରୀ ପି.ରାମେଶ୍ୱର ପାତ୍ର, ଚୈତନ୍ୟ ମଠ ମହନ୍ତ ଶ୍ରୀ ବାଳମୁକୁନ୍ଦ ଦାସ ବାବାଜୀ,

ପୂର୍ବତନ ସମ୍ପାଦକ ଶ୍ରୀ ଚନ୍ଦ୍ର ଧ୍ୱଜ ସିଂ ଙ୍କ ସହ ଏମ.ପି.ଙ୍କ ପ୍ରତିନିଧି ଯଜ୍ଞ ଦାସ ପ୍ରମୁଖ ମଞ୍ଚାସିନ ରହି ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ଯ୍ୟକ୍ରମ ରେ ଅଧକ୍ଷତା କରି ଅତିଥି ଙ୍କୁ ପୁଷ୍ପଗୁଛ ପ୍ରଦାନ ସହ ଉପଢୌକନ ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆକାଶ ବାଣୀ ର ପୂର୍ବତନ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥି ମାନେ ନିଜର ସୀମିତ ଅଭିବ୍ୟକ୍ତି ରେ ଶିକ୍ଷାର୍ଥୀ ଙ୍କ ଉଚ୍ଚ ଅଭିଳାଷ ଏବଂ ଜିଜ୍ଞାସା ହିଁ ତାଙ୍କୁ ଉତ୍ତମ ଭବିଷ୍ୟତ ଗଠନ ରେ ସହାୟକ ହେଵା ନେଇ ଅନୁପ୍ରାଣିତ କରିଥିଲେ।

ଏହି ଅବସର ରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଯ୍ୟଧନ ଜେନା ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ। ଅଧକ୍ଷ ଶ୍ରୀ ପାତ୍ର ବାର୍ଷିକ ବିବରଣୀ ପଠନ କରିବା ସହ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ।