You are currently viewing ବେଗୁନିଆପଡ଼ା ବ୍ଳକର ୧୦ କେନ୍ଦ୍ରରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍ ପରୀକ୍ଷା।
ବେଗୁନିଆପଡ଼ା ବ୍ଳକର ୧୦ କେନ୍ଦ୍ରରେ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍ ପରୀକ୍ଷା।

ବେଗୁନିଆପଡ଼ା
ଆଜିଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଏହି ବ୍ଲକର ଶାକୁଂଡା ସ୍ଥିତ ଧବଳେଶ୍ଵର ବିଦ୍ୟାପୀଠ, ସୁମଣ୍ଡଳ ରବିଘୋଷ ବିଦ୍ୟାପୀଠ, ବେଗୁନିଆପଡ଼ା ଜନତା ନୋଡାଲ୍ ମାଧ୍ୟମିକ ବିଦ୍ୟାଳୟ, ମର୍ଦ୍ଦକୋଟ ହରିହର ମର୍ଦ୍ଦରାଜ ହାଇସ୍କୁଲ, ଫାଶୀ ମାଣିକେଶ୍ଵର ବିଦ୍ୟାପୀଠ, କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲ ଓ ନୋଡାଲ ହାଇସ୍କୁଲ, ସୌରା ଛଚିନା ରାଧାକୃଷ୍ଣ ହାଇସ୍କୁଲ, ତାଳସର ସଂସ୍କୃତ ଟୋଲ୍, ଅଗାଁର ଗାଁ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟ ଏଭଳି ମୋଟ ୧୦ ଟି ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସକାଳ ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ ଟାରେ ସମାପ୍ତ ହୋଇଥିଲା। ପରୀକ୍ଷାର ପ୍ରଥମ ଦିନରେ ଛାତ୍ରଛାତ୍ରୀ ଇଂରାଜୀ ପରୀକ୍ଷା ଦେଇଛନ୍ତି। କପି ରୋକିବା ପାଇଁ
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆପଡ଼ା ବିଇଓ ସୀତାରାମ ପାତ୍ର, ଖଲ୍ଲିକୋଟ ବିଇଓ ହରେକୃଷ୍ଣ ପଣ୍ଡା, ସ୍କ୍ବାଡ୍‌ ଦାୟିତ୍ବରେ ରହି ତଦାରଖ କରୁଥିବା ସୂଚନା ମିଳିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।