You are currently viewing ଡାକ ବିଭାଗ ତରଫରୁ ଅନୁଷ୍ଠିତ ହୋଇଛି ମହିଳା ସଂମାନ ସଂଚୟ ସାର୍ଟିଫିକେଟ ଶିବିର ।
ଡାକ ବିଭାଗ ତରଫରୁ ଅନୁଷ୍ଠିତ ହୋଇଛି ମହିଳା ସଂମାନ ସଂଚୟ ସାର୍ଟିଫିକେଟ ଶିବିର ।

ପାତ୍ରପୁର , ୧୬/୦୬ -:- ଶୁକ୍ରବାର ପବିତ୍ର ଗଣପର୍ବ ରଜ ଅବସରରେ ପାତ୍ରପୁର ବ୍ଲକ ଖରିଆଗୁଡା ଉପଡାକଘର ଅଧୀନରେ ବ୍ରହ୍ମପୁର ଡାକମଣ୍ଡଳ ତରଫରୁ ମହିଳା ସଂମାନ ସଂଚୟ ସାର୍ଟିଫିକେଟ ଖାତା ଖୋଲିବା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ବ୍ରହ୍ମପୁର ମଣ୍ଡଳର ବରିଷ୍ଠ ଅଧକ୍ଷକ ତାରିଣୀ ଚରଣ ପାଢ଼ୀ ଯୋଗ ଦେଇ ମହିଳା ସଂମାନ ସଂଚୟ ଚେର୍ଟିଫିକେଟ ଓ ସୁକନ୍ୟା ସମୃଦ୍ଧି ଖାତା ବିଷୟରେ ଅତି ନିଖୁଣ ଭାବେ ଜନସାଧାରଣଙ୍କୁ ବୁଝାଇ ଥିଲେ l ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ରାଣୀ ପ୍ରଧାନ ଓ ସମିତିସଭ୍ୟା ଶ୍ରୀମତୀ ଅମ୍ବିକା ରାଣୀ ସାହୁ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ମହିଳା ସଂମାନ ସଂଚୟ ସାର୍ଟିଫିକେଟ ଖାତା ଖୋଲିବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିରରେ ସ୍ଥାନୀୟ ଉପଡାକପାଳ ଭୁଜେନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ l ସର୍ବୋଚ୍ଚ 162 ଗୋଟି ମହିଳା ସଂମାନ ସଂଚୟ ସାର୍ଟିଫିକେଟ କରି 18 ଲକ୍ଷ 81 ହଜାର ଟଙ୍କା ଜମା ସଂଗ୍ରହ ହୋଇଥିଲା l ସ୍ଥାନୀୟ ଶାଖାଡାକପାଳ ଶ୍ରୀ ସନ୍ତୋଷ କୁମାର ଭଟ ସର୍ବାଧିକ ସଂଚୟ ଖାତା ଖୋଲି ପୁରସ୍କୃତ ହୋଇଥିଲେ l

ଏହି ଶିବିରର ସଂଯୋଜନା ଓ ପରିଚାଳନା ଶ୍ରୀ ନଳିନୀ କାନ୍ତ କର କରିଥିବାବେଳେ ଜିତେନ୍ଦ୍ର ସାମନ୍ତରାୟ ଓ ଖରିଆଗୁଡl ଅଧିନସ୍ଥ ସମସ୍ତ ଗ୍ରାମୀଣ ଡାକ ସେବକ ସହଯୋଗ କରିଥିଲେ l ପରିଶେଷରେ ପ୍ରିୟଙ୍କା ସାହୁ ଉପସ୍ଥିତ ଅତିଥି ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରି ଥିଲେ l