You are currently viewing ଲାଠି ଉତ୍କଳ ବିଦ୍ୟା ପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୪୦ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l
ଲାଠି ଉତ୍କଳ ବିଦ୍ୟା ପୀଠ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୪୦ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l

କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର): କୁକୁଡାଖଣ୍ଡି ବ୍ଲକ ଲାଠି ଉତ୍କଳବିଦ୍ୟା ପୀଠ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୪୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ଉତ୍ସବ ଟି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବୃନ୍ଦାବନ ଚନ୍ଦ୍ର ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ପ୍ରବକ୍ତା ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼. ବଳଭଦ୍ର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଡ଼ିବା ର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ଭାବେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ସ୍ଥନୀୟ ସରପଞ୍ଚ ଶ୍ରୀ ରାଧାମୋହନ ସେଠୀ ସମିତିସଭ୍ୟ ଶ୍ରୀ ଜଗନ୍ନାଥ ଭୂୟାଁ ଆଲୁମିନି ପ୍ରେସିଡେଣ୍ଟ ଶ୍ରୀ ଆଶିଷ କୁମାର ସାବତ ମଞ୍ଚର ସଭାପତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ତ୍ରିପାଠୀ, ଶ୍ରୀ ତ୍ରିପାଠୀ ପ୍ରଥମେ ଅତିଥି ମାନଙ୍କ ପରିଚୟ ପ୍ରଧାନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷ ରେ ପିଲା ମାନଙ୍କୁ ପୁରସ୍କାର ବିତରଣ କରିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଯାଇଛି।