You are currently viewing କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉଛବ ପାଳିତ |
କାଲିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉଛବ ପାଳିତ |

କୋଦଳା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କାଲିମେଘି ସ୍ଥିତ ଜାଗିଲିପଦର ହାଇସ୍କୁଲର ବାର୍ଷିକ ଉତ୍ସବ ବେଶ ଧୂମଧାମରେ ପାଳିତ ହୋଇଯାଇଛି | ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ଜେନାଙ୍କ ପୌରୋହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଜର ବକ୍ତବ୍ୟ ରଖିଥିଲେ | ତତସହିତ ବିଦ୍ୟାଳୟର ସାଜସଜ୍ଜା ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ | ମୁଖ୍ୟବକ୍ତା ଭାବେ ମହେଶ୍ୱର ବରାଡ଼ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ଅଭିଭାଷଣ ପ୍ରଦାନ କରିଥିଲେ | କାଲିମେଘି ସରପଞ୍ଚ ଶ୍ରୀମତୀ ଅର୍ଚନା ତ୍ରିପାଠୀ ସନମାନିତ ଅତିଥି ଭାବେ ଯୋଗ ଦେଇ ଗତ ବର୍ଷର ମାଟ୍ରିକ ପାସ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ସରପଞ୍ଚ ଭାବେ ନିର୍ବାଚିତ ହେବାର କିଛି ଦିନ ପରେ ଶ୍ରୀମତୀ ତ୍ରିପାଠୀ ଏହି ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରିଥିଲେ | ତାହା ଅନୁପାଳନ କରି ଅଞ୍ଚଳବାସୀଙ୍କ ସମେତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି | ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ସନମାନିତ ଅତିଥି ମାନଙ୍କ ମଧ୍ୟରେ କୋଦଳା ଆଇଆଇସି ଉମାକାନ୍ତ ସାହୁ ଯୋଗ ଦେଇ ନିଜର ମର୍ମସ୍ପର୍ଶୀ ଆଲୋଚନା କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବେରୁଆଁବାଡ଼ି ଏସବିଆଇ ର ଶାଖା ପରିଚାଳକ ଚିତରଞ୍ଜନ ମଲିକ,ଜିଲ୍ଲା ପରିଷଦ ସଭ୍ୟା କଲ୍ୟାଣୀ ପାତ୍ର, ସମାଜସେବୀ ହୃଷି ପାତ୍ର, ସମବାୟ ନିର୍ଧେଶକ ହୃଷିକେଶ ମେହେଣା,ସମିତିସଭ୍ୟା ନୟନୀ ଗୌଡ଼,ଦିଗାପଡା ସରପଞ୍ଚ ସମୀର ଶତପଥୀ,ସିଆରସିସି ଅଜିତ କୁମାର ମିଶ୍ର, ସମାଜସେବୀ ବିଶ୍ଵାମିତ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ | ଏହି କାର୍ଯ୍ୟକ୍ରମରେ କାଲିମେଘି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଅଭିଭାବକ ତଥା ଅଞ୍ଚଳର ଯୁବଗୋଷ୍ଠି ସହଯୋଗ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।