ବିଦ୍ଯାଳୟ ଖୋଲୁ ଖୋଲୁ ବିବାଦ। ଗତକାଲି ରାଜ୍ୟର ସମୟ ବିଦ୍ଯାଳୟ ଖୋଲା ଯାଇଛି। ତେବେ ବିଦ୍ୟାଳୟ ଖୋଲିବା ପରେ ବିଦ୍ଯାଳୟ କ୍ଯାମ୍ପସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବିଦ୍ୟାଳୟରେ ଛାତ୍ର କରୁଛନ୍ତି ଶ୍ରମିକ କାର୍ଯ୍ଯ ।ହାତରେ କୋଦାଳ ଧରି ଘାସ ସଫା କରୁଛନ୍ତି। ମାଟି ହାଣୁଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତିରିଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି। ଜଣେ ଛାତ୍ର ଏଭଳି ଶ୍ରମିକ କାର୍ଯ୍ଯରେ ନିୟୋଜିତ ଥିବା ନେଇ ଭିଡିଓ ଭାଇରାଲ ହେଉଛି ଏବଂ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବୈଦ୍ୟ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିବା ଛାତ୍ର ଜଣକ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି ।ଜଣେ ନୂହେଁ ଅନେକ ଛାତ୍ର ଏଭଳି ଶ୍ରମିକ କାର୍ଯ୍ଯରେ ନିୟୋଜିତ ଥିବା ବେଳେ ଏବେ ପ୍ରଧାନ ଶିକ୍ଷକ ବିବାଦକୁ ଆସିଛନ୍ତି। ଭିଡିଓ ଭାଇରାଲ ପରେ ଏନେଇ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ସେଠୀ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
