ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ 35 ଟି ଅପର ପ୍ରାଇମେରୀ ଏବଂ ହାଇସ୍କୁଲ ଶିକ୍ଷକ ମାନଙ୍କୁ N, D ହାଇସ୍କୁଲ ଠାରେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରି ଆମ୍ବାସିଡର ନିର୍ମାଣ କରାଯାଇଥିଲା. ପ୍ରଧାନ ମନ୍ତ୍ରୀ ଙ୍କ ଆୟୁଷ୍ମାନ ଯୋଜନା ରେ ଆମ୍ବାସିଡର ମାନଙ୍କୁ ଗତ 25/03/23 ଠାରୁ ପ୍ରଶିକ୍ଷଣ ଆରମ୍ଭ ହୋଇ 30 ତାରିଖ ଦିନ ଉଦଯାପନ କରାଯାଇଛି. ଉକ୍ତ ପ୍ରଶିକ୍ଷଣ ରେ ଡା. ରବୀନ୍ଦ୍ର ନାଥ ଗନ୍ତାୟତ, ଡା. ମନୋଜ ତ୍ରିପାଠୀ, CRCC ବନମାଳୀ ବେହେରା, ଶିକ୍ଷକ ଅନ୍ତର୍ଜାମୀ ଗୌଡ଼, ଶିକ୍ଷକ ଭାସ୍କର ଚନ୍ଦ୍ର ପାତ୍ର, ପ୍ରଶିକ୍ଷଣ ପ୍ରଦାନ କରିଥିଲେ. ଏହି କାର୍ଯ୍ୟକ୍ରମ PHEO ନମିତା ପାତ୍ର ପ୍ରଶିକ୍ଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜକ ଥିଲେ, ଚନ୍ଦନ ପଣ୍ଡା କମ୍ପୁଟର ପରିଚାଳନା ରେ ସହଯୋଗ କରିଥିଲେ. ଉକ୍ତ ପ୍ରଶିକ୍ଷଣ ରେ ଆମ୍ବାସିଡର ମାନଙ୍କ ଦ୍ୱାରା ବିଦ୍ୟାଳୟ ର ଷଷ୍ଠ ରୁ ଦଶମ ଶ୍ରେଣୀ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ କିଶୋର କିଶୋରୀ ଶାରୀରିକ ଅବୟବ ର ପରିବର୍ତନ ଠାରୁ ଋତୁସ୍ରାବ ଅବସ୍ତା ରେ ପେଡ ର ବ୍ୟବହାର ଓ ନିଜସ୍ୱ ପରିଷ୍କାର ଓ ପରିଛର୍ଣ୍ଣତା, ମାଦକ ଦ୍ରବ୍ୟ ରୁ ନିବୃତ ରହିବା, ଭାବ ପ୍ରବଣତା, ଲିଙ୍ଗଗତ ଭେଦ ଭାବ ଦୁରେଇ ରହି ସମନ୍ୱତା ରକ୍ଷା, ବାଲ୍ୟ ବିବାହ ପ୍ରଥାକୁ ଦୁରେଇ ରଖିବା, ପୃଷ୍ଟିକର ସ୍ୱାସ୍ଥ୍ୟ ଓ ପରିମଳ, ସନ୍ତୁଳିତ ଆହାର ସେବନ,ପ୍ରଜନନ ସ୍ୱାସ୍ଥ୍ୟ ଓ ଏଡ଼ସ ଉପରେ ଆଲୋଚନା, ହିଂସା ବିରୁଦ୍ଧରେ ସୁରକ୍ଷା, ପରିଶେଷରେ ଇଣ୍ଟେର୍ନେଟ ଏବଂ ସୋସିଆଲ ମିଡ଼ିଆର ନିରାପଦ ବ୍ୟବହାର, ଯୋଗ ଓ ଆସନ, ପ୍ରାଣାୟମ, ଶାରୀରିକ ପରିଶ୍ରମ ଦ୍ବାରା ଅଣ ସଂକ୍ରମଣ ରୋଗ କୁ ନିୟନ୍ତ୍ରଣ, ଉପରେ ସଚେତନ କରାଯାଇଥଲା। ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ଆଧ୍ୟାତ୍ମିକ ଚେତନା ସହ ସ୍ୱାସ୍ଥ୍ୟ ର ସାମଞ୍ଜସ୍ୟ ଉପରେ ଆଲଚନା କରିଥିଲେ। ଶିକ୍ଷୟତ୍ରୀ ସ୍ମିତା ରାଣୀ ଦେବନାଥ ଏବଂ ମଧୁସ୍ମିତା ସାମନ୍ତରାୟ ଅତିଥି ଆଗରେ ପାଞ୍ଚ ଦିନ ଧରି ସଚେତନତା ର ବିବରଣି ପାଠ କରିଥିଲେ।

ପରିଶେସ ରେ ବିଦ୍ୟାଳୟ ସ୍ଵାସ୍ଥ୍ୟ ଆମ୍ବାସିଡର ମାନକୁ BEO ଦ୍ବାରା ସାର୍ଟିପିକେଟ ପ୍ରଦାନ କରାଗଲା। ରିପୋର୍ଟ ପ୍ରସନ୍ନ କୁମାର ଦାସ
