You are currently viewing ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସଚେତନା କର୍ଯ୍ୟକର୍ମ
ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସଚେତନା କର୍ଯ୍ୟକର୍ମ

ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନା କାର୍ଯ୍ୟକ୍ରମ
ସୁନ୍ଦଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ତାରିଖ: ୦୯/୦୬/୨୦୨୩ ଶୁକ୍ରବାର ଦିନ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ ସଚେତନା କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ – ବିପିନ ବିହାରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁନ୍ଦଗଡ଼ ଜିଲ୍ଲା ର ବିଭିନ୍ନ ବ୍ଲକ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଛୋଟ ଛୋଟ କୁନି ବିଦ୍ୟାର୍ଥୀ ୧ ରୁ ୩ ଶ୍ରେଣୀ ଯାଏଁ ଏବଂ ଅବିଭାବକ ଓ ଅବିଭାବିକ ମାନେ ଅଂଶ ଗ୍ରହଣ କରିଥିଲେ। ଏଥିରେ CRCC- ଶ୍ରୀ ସତ୍ୟାନନ୍ଦ ପରିଡ଼ା କେନ୍ଦ୍ର ସରକାର ଙ୍କ ର ନିପୁଣ ଭାରତ ଅଭିଯାନ ବିଷୟରେ ସୂଚିତ କରିଥିଲେ । ସୋନାପର୍ବତ ସରକାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ – ଶ୍ରୀ କୈଳାଶ ଚନ୍ଦ୍ର ପଣ୍ଡା ମୌଳିକ ସାକ୍ଷରତା କଣ ତାହା ଉପରେ ବୃଷ୍ଟିପାତ କରିଥିଲେ। ଏଥିରେ ବରିଷ୍ଠ ସମାଜ ସେବକ – ଶ୍ରୀ ଅରୁଣ ପରିଡ଼ା ଶିଶୁ ମାନଙ୍କର ମୌଳିକ ଅଧିକାର ବିଷୟ ରେ ଆଲୋକ ପାତ କରିଥିଲେ। ସମ୍ମାନୀୟା ଅତିଥି ଚାରୁବାଳା ଗୁରୁମା ପିଲାଙ୍କୁ ସଂଖ୍ୟା ଜ୍ଞାନ ବିଷୟ ରେ ଜଣାଇ ଥିଲେ । ଏହି ସଭା ରେ ବରିଷ୍ଠ ସାମ୍ବାଦିକ – ସରୋଜ କୁମାର ବେହରା ବିଶେଷ ଅବିଭାବକ ମାନଙ୍କୁ ମୌଳିକ ଶିକ୍ଷା କଣ ତାହା ଉପରେ ବୃଷ୍ଟିପାତ କରିଥିଲେ। ଶେଷରେ ବିଦ୍ୟାଳୟ ସଭାପତି ନିଳକଣ୍ଠ ପ୍ରଧାନ ତାଙ୍କ ବକ୍ତବ୍ୟ ରେ କେନ୍ଦ୍ର ସରକାରଙ୍କ ନିପୁଣ ଭାରତ କାର୍ଯ୍ୟକ୍ରମ କଣ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟ ରେ କହିବାକୁ ଯାଇ ମା ହେଉଛି ଗୋଟିଏ ବିଦ୍ୟାର୍ଥୀ ର ପ୍ରଥମ ଗୁରୁ କେନ୍ଦ୍ର ସରକାର ଙ୍କ ୧ ରୁ ୩ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ବିଷୟ ରେ କଣ କଣ ଜାଣିବାକୁ ପଡ଼ିବ ତାହା ବିଷୟ ରେ ଚର୍ଚ୍ଚା କରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ଓ ସମିକକ୍ଷ ମାନେ ଯୋଗ ଦେଇ ଗୋଟିଏ ଶିଶୁ ର ମୌଳିକ ଅଧିକାର କଣ ଏହି ସଭା ରେ ଚର୍ଚ୍ଚା କରିଥିଲେ। ଏହି ସଭା ରେ ବହୁ ବିଦ୍ୟାର୍ଥୀ,ଅଭିଭାବକ, ଅଭିଭାବିକ, ଶିକ୍ଷକ ଓ ସମିକକ୍ଷ ଯୋଗ ଦେଇଥିବାରୁ ବିଦ୍ୟାଳୟର ସଭାପତି ନିଳକଣ୍ଠ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।