You are currently viewing ସୋରଡ଼ା ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ରେ ପିଏମଶ୍ରୀ ଉତ୍ସବ ଆୟୋଜନ
ସୋରଡ଼ା ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ରେ ପିଏମଶ୍ରୀ ଉତ୍ସବ ଆୟୋଜନ

ସୋରଡ଼ା,୧୭/୦୧ ( ଲିଟୁ କୁମାର ବିଷୋୟୀ )
ଆମ ଜସ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ମହତ ଉଦେଶ୍ୟ ରଖି ଶିକ୍ଷାନୁଷ୍ଠାନ ଗୁଡିକ ର ଭିତିଭୂମି ର ବିକାଶ ସହ ବିଦ୍ୟାର୍ଥୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଣିଛନ୍ତି ପିଏମଶ୍ରୀ ବିଦ୍ୟାଳୟ ଯୋଜନା, ଏହି ଅବସରରେ ଗଞ୍ଜାମ ଜିଲ୍ଲା ସୋରଡ଼ା ସହର ସ୍ଥିତ ପିଏମଶ୍ରୀ ଶଶୀଭୁଷଣ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି |

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ବାରିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଓ ସମ୍ମାନିତ ଅତିଥି ଭାବେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର କୁମାର ସାହୁ,ସୋରଡ଼ା ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା, ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ |.

ପିଏମଶ୍ରୀ ବିଦ୍ୟାଳୟ ଦ୍ୱାରା ବିଦ୍ୟାଳୟ ଗୁଡିକ ବିକଶିତ ହେଲେ ଏକ ମଣିଷ ତିଆରି କାରଖାନା ଭାବେ ଗଢ଼ିତୋଳିଲେ ଆଗାମୀ ପିଢ଼ି ମାନସିକ ଓ ବୌଦ୍ଧିକ ସ୍ତରରେ ସୁସ୍ଥ ଓ ସୁଦୃଢ ହେବା ସହ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ର ଲକ୍ଷ ପୂରଣ ହେବବୋଲି ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ କହିଛନ୍ତି| ବିଦ୍ୟାଳୟ ର ବିକାଶ ଓ ଶିକ୍ଷା ର ଉତ୍ଥାନ ସହ ଅନ୍ୟାନ୍ୟ ଦିଗ ଯଥା କ୍ରୀଡା, ସଂସ୍କୃତି, ଚିତ୍ରାଙ୍କନ ଓ ବୈଷୟିକ ଜ୍ଞାନ ଭଳି ବିଭିନ୍ନ ଦିଗ କୁ ଗୁରୁତ୍ୱ ଦେଇ ଆଗକୁ ବଢିବା ପିଏମଶ୍ରୀ ବିଦ୍ୟାଳୟ ର ଉଦେଶ୍ୟ ବୋଲି ମୁଖ୍ୟ ବକ୍ତା ମତ ରଖିଛନ୍ତି | ସମ୍ମାନିତ ଅତିଥି ମାନେ ପିଏମଶ୍ରୀ ଉତ୍ସବ ଆୟୋଜନ ଦିଗରେ ପ୍ରଧାନ ଶିକ୍ଷୟତ୍ରୀ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଅବଦାନ କୁ ପ୍ରଶଂସା କରିବା ସହ ଆମ ଅଂଚଳ ରେ ପିଏମଶ୍ରୀ ବିଦ୍ୟାଳୟ ଯୋଜନା ଲକ୍ଷ ପୂରଣ ଦିଗରେ ସମସ୍ତ ମାନଦଣ୍ଡ ପୂରଣ କରିବ ବୋଲି ମତପ୍ରକାଶ କରିଛନ୍ତି |