ସାନଖେମୁଣ୍ଡି -ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ପ୍ରାଥମିକ ବିଦ୍ୟାଳୟ ର ୫ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ରେ ଅଧୟନ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷା ରେ ସଫଳତା ହାସଲ କରିଛନ୍ତି। ଏହି ସଫଳତା ପାଇଁ ଶିଶୁ ମାନଙ୍କ ଅଭିଭାବକ ମାନେ ଉକ୍ତ ବିଦ୍ୟାଳୟ ର ଶିକ୍ଷାଦାନ କୁ ଭୁୟସୀ ପ୍ରଶଂସା କରିଛନ୍ତି। ବି କୁଶ ପାତ୍ର, ଲିଜା ଗୌଡ଼, ତପସ୍ୟା ପ୍ରଧାନ, ସନ୍ଧ୍ୟାରାଣୀ ପ୍ରଧାନ ଓ ଲିପ୍ସାରାଣୀ ମଣ୍ଡଳ ପ୍ରମୁଖ ଉକ୍ତ ଲିଖିତ ପରୀକ୍ଷା ରେ ସଫଳତା ପାଇଁ ନିଜ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଏହି ବିଦ୍ୟାଳୟ ର ସଫଳତା ପାଇଁ ସାନଖେମୁଣ୍ଡି ଗୋଷ୍ଠିଶିକ୍ଷାଧିକାରୀ କୋରେଶୁ ସେଠୀ ଏବଂ ସିଆରସିସି ସାଧବ ସେଠୀ ଶିଶୁ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଆଗାମୀ ଦିନମାଙ୍କରେ ଏହି ସଫଳତା ଆହୁରି ଅଧିକ ରୁ ଅଧିକ କିପରି ପାଇବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରଧାନଶିକ୍ଷକ ସଦାଶିବ ପାଢ଼ୀ କହିଥିଲେ।

ଏହିସଫଳତା ପାଇଁ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିବା ସହ ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି। ଶେଷରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମୁଁ ସରକାରୀ ବିଦ୍ୟାଳୟ ରେ ପଢି ଗର୍ବିତ ବୋଲି ସ୍ଲୋଗାନ ଦେଇଥିଲେ।



