You are currently viewing ଏସ.ଏମ.ଆଇ ଵୈଷୟିକ ଶିକ୍ଷାନୁଷ୍ଠାନରେ କମ୍ପୁଟର ଭିତ୍ତିକ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ
ଏସ.ଏମ.ଆଇ ଵୈଷୟିକ ଶିକ୍ଷାନୁଷ୍ଠାନରେ କମ୍ପୁଟର ଭିତ୍ତିକ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ

ବ୍ରହ୍ମପୁର , ୧୭/୦୧ – ( ପୂଜା ଚୌଧୁରୀ ) -:- ଓଡିଶା ର ଅନ୍ତମ ଅଗ୍ରଣୀ ପୁରାତନ ଵୈଷୟିକ ଶିକ୍ଷାନୁଷ୍ଠାନ ସମୂହ ଏସ. ଏମ. ଆଇ. ଟି ପକ୍ଷରୁ କମ୍ପୁଟର ଭିତ୍ତିକ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ କରାଯାଇଛି ଅଙ୍କୁଶିପୁର ସ୍ଥିତ ଡିପ୍ଲୋମା ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ପରିସରରେ ଏହି କେନ୍ଦ୍ର ଜାନୁୟାରୀ ୧୭ ତାରିଖ ରେ ଓଡିଶା ସରକାର ଙ୍କ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ଏହି ଉପଲକ୍ଷେ ଆୟୋଜିତ ସଭା ରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା ଓ ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏସ. ଏମ.ଆଇ.ଟି ଵୈଷୟିକ ପ୍ରତିଷ୍ଠାନ ର ଉନ୍ନତି କାମନା କରିଥିଲେ ଏସ. ଏମ. ଆଇ. ଟି ସଭାପତି ଡ଼ଃ.ଭଗବାନ ଗନ୍ତାୟତ ଉକ୍ତ ଉତ୍ସବରେ ସଭାପତିତ୍ୱ କରି ରାଜ୍ୟରେ ଵୈଷୟିକ ଶିକ୍ଷା ର ବିକାଶ ଦିଗ ରେ ଉକ୍ତ ଅନୁଷ୍ଠାନ ଦୀର୍ଘ ୪୨ ବର୍ଷ ଧରି ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ସୂଚନା ଦେଇଥିଲେ ସମ୍ପାଦକ ଜାମୁଲା ଶଙ୍କର ନାରାୟଣ,

ଯୁବ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପ୍ରିନସିପାଲ ଡ଼ଃ.ସୁଧାଂଶୁ ମୋହନ ପାଢ଼ୀ,କମିଟି ସଭ୍ୟ ଡ଼ଃ. ସୋନାଲି ଗନ୍ତାୟତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏସ. ଏମ. ଆଇ. ଟି ପ୍ରତିଷ୍ଠାତା କର୍ମବୀର ବୃନ୍ଦାବନ ନାୟକ ଙ୍କର ଦୂର ଦୁଷ୍ଟି ଫଳରେ ରାଜ୍ୟର ସହସ୍ର ବିଦ୍ୟାଥୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପରେ ଦେଶ ବିଦେଶ ରେ କର୍ମ ସଂସ୍ଥାନ ପାଇ ପାରିଥିବା ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରି ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରେ ସଂପତି ଵୈଷୟିକ ଶିକ୍ଷା କ୍ଷେତ୍ର ରେ ଓଡିଶା ବେଶ ସୁନାମ ଅର୍ଜନ କରି ପାରିଥିବା ନେଇ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ କର୍ମକର୍ତ୍ତା ମାନେ ଆଲୋକପାତ କରିଥିଲେ ।