ଖଲ୍ଲିକୋଟ 25/12
ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କଇରାସି ସ୍ଥିତ ଶ୍ରୀ ଅରବିନ୍ଦ ପାଠ୍ୟ ଚକ୍ରର ୩୭ ତମ ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୮ ତମ ବାର୍ଷିକ ଉତ୍ସବ ଶିକ୍ଷା କେନ୍ଦ୍ର ପରିସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରଥମେ ମାତୃ ପତାକାକୁ ସ୍ଥାନୀୟ ସରପଞ୍ଚ ଉଷାରାଣୀ ରାଉତଙ୍କ ଦ୍ବାରା ଉତ୍ତୋଳନ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ମାର୍ଚ୍ଚ ଫାଷ୍ଟ କରିବା ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା। ମଞ୍ଚାସିନ ଅତିଥି ମାନେ ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଶଶଧର ବେହେରା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ବାନାମ୍ବର ସ୍ବାଇଁ, ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ଦେବରାଜ ପଟ୍ଟନାୟକ,ଶିକ୍ଷକ ବଂଶୀଧର ସାହୁ, ଜୟରାମ ପ୍ରଧାନ , ଏ ଏସ ଓ ବିଭୂତି ଭୂଷଣ ପଣ୍ଡା ପ୍ରମୁଖ ସମ୍ନାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦନାର୍ଦନ ପଣ୍ଡା ଶିକ୍ଷା କେନ୍ଦ୍ରର ଶିକ୍ଷା ପଦ୍ଧତି ବିଷୟରେ ଆଲୋକପାତ କରିଥିବା ବେଳେ ସଂପାଦକ ତ୍ରିଲୋଚନ ପାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଭିନ୍ନ ବିଷୟରେ ବକ୍ତବ୍ୟ ମାଧ୍ୟମରେ ସୂଚାଇଥିଲେ । ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ କିଶୋର ଚନ୍ଦ୍ର ନାହାକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ଶାରୀରିକ ଶିକ୍ଷା ଓ ସାସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଅଭିଭାବକ ଓ ଗ୍ରାମବାସୀ ମାନେ ହଜାର ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ଶଙ୍କର ପ୍ରଧାନଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସମସ୍ତ ଅପା ଭାଇ ମାନେ କାର୍ଯ୍ୟକ୍ରମକୁ ବାସ୍ତବ ରୂପ ଦେବା ସହ ସହଯୋଗ କରିଥିଲେ।
( ରିପୋର୍ଟ :ମାଧବ ବେହେରା /ଖଲ୍ଲିକୋଟ )
