କବିସୂର୍ଯ୍ୟନଗର,୯/୯(ଶକ୍ତି ପ୍ରସାଦ କର) କବିସୂର୍ଯ୍ୟନଗର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରାଥମିକ ଶିକ୍ଷକ, ଶିକ୍ଷୟତ୍ରୀ ଧାରଣ ଦେଇଛନ୍ତି । ବିଭିନ୍ନ ଦାବୀ ନେଇ କବିସୂର୍ଯ୍ୟନଗର ବ୍ଲକ ପ୍ରାଥମିକ ଶିକ୍ଷକ ୟୁନିୟନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦେଇଛନ୍ତି । ପ୍ରାଥମିକ ଶିକ୍ଷାରୁ ଠିକ ନିଯୁକ୍ତି ଉଚ୍ଚେଦ, କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଟଂ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରିଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେବଲ-୯ ଗ୍ରେଡ-ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଚେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରାଯାଉ ବୋଲି ଦାବୀ କରିଥିଲେ । ପୂର୍ବରୁ ଏନେଇ ଅନେକ ଥର ଦାବୀ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କୈାଣସ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ତେଣୁ ଶିକ୍ଷକ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା ।

