ଦିଗପହଣ୍ଡି :୧୮/୧୧ (ଶିବ ପ୍ରସାଦ ରଥ) ସିଦ୍ଧେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକଙ୍କ ଅଧ୍ୟକ୍ଷତାରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିଆରସିସି ଅଳକା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତ୍ୟେକ ବିଷୟକୁ ବୈଜ୍ଞାନିକ ଦୃଷ୍ଟିକୋଣ ପୋଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୁବ୍ରତ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଏହି ବିଜ୍ଞାନ ମେଳାରେ ୩୨ ଜଣ ଛାତ୍ରଛାତ୍ରୀ ନିଜ ନିଜ ପ୍ରକଳ୍ପ ବାବଦରେ ଦର୍ଶକ ମାନଙ୍କୁ ବୁଝାଇ ଥିଲେ।ବିଚାରକ ରୂପେ ଉପେନ୍ଦ୍ର କୁମାର ମିଶ୍ର,ଶୁଭମିକା ରଥ, ଦିପ୍ତିରାଣୀ କାଟା, କେ ରାଧା ରେଡ୍ଡୀ ବିଚାରକ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ।ପାଞ୍ଚଟି ପ୍ରକଳ୍ପକୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯାଇଛି। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରି ସମ୍ମାନିତ କରିଥିଲେ।

ଏହାକୁ ଆୟୋଜନ କରିବାରେ ନିବେଦିତା ନାୟକ, ସୀମାଞ୍ଚଳ ସ୍ୱାଇଁ, ଶେଖ୍ ଅର୍ସଦ୍,ଅମୂଲ୍ୟରଞ୍ଜନ ଭୁଜବଳ ସହଯୋଗ କରିଥିଲେ। ତ୍ରିଲୋଚନ ନାୟକ ଅତିଥି ପରିଚୟ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।
