ସାନଖେମୁଣ୍ଡି ପାଟପୁର ୦୭.୦୧.୨୦୨୬ ରିଖ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଉଭୟେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଓ ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟର ସଭା ଗୃହ ମଧ୍ୟରେ ଆୟୋଜିତ ଓଡ଼ିଆ ବିଭାଗ ପ୍ରସଙ୍ଗ “ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଆ ସାହିତ୍ୟର ପ୍ରାସଙ୍ଗିକତା” ଶୀର୍ଷକ ଆଲୋଚନା କରାଗଲା ବେଳେ ରାଜନୀତି ବିଜ୍ଞାନ ବିଭାଗରେ “ସାମ୍ପ୍ରତିକ ବିଶ୍ୱ ପରିବେଶରେ ଉଦୀୟମାନ ଭାରତ ସମ୍ମୁଖରେ ଆହ୍ୱାନ” ବିଷୟରେ ପାଠଚକ୍ର

ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସୁନାମଧନ୍ୟ ଅଧ୍ୟକ୍ଷ ଡ଼. ମେଜର ଶଙ୍କର ପ୍ରସାଦ ଅଧିକାରୀଙ୍କ ପୌରୋହିତରେ । ଉକ୍ତ ଆଲୋଚନା ଚକ୍ରରେ ଓଡ଼ିଆ ବିଭାଗର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଚିକିଟି ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା।

ସେ ଆଲୋଚନା ପ୍ରସଙ୍ଗରେ ବର୍ତ୍ତମାନ ଠାରୁ ଆରମ୍ଭ କରି ସାହିତ୍ୟର କେତେ ପ୍ରୟୋଜନୀୟତା ପ୍ରାସଙ୍ଗିକତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ସଦା ସର୍ବଦା କିପରି ଭାରତ ବର୍ଷରେ ଅନ୍ୟାନ୍ୟ ସାହିତ୍ୟ ଅପେକ୍ଷା ପ୍ରାଚୀନ ଓ ଚିର ନମସ୍ୟ ଏହି ମହତ୍ କଥାକୁ ଉଲ୍ଲେଖ କରିଥିଲେ । ପୁଣି ଆସିକା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସମ୍ପ୍ରତି ବିଶ୍ୱ ପରିବେଶ ରେ ଭାରତ କିଭଳି ସମଗ୍ର ବିଶ୍ୱ ସହିତ ସମକକ୍ଷ ହୋଇପାରିଛି ଆହୁରି ଆଗକୁ ହେଇପାରିବ ବୋଲି ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇ ଦୃଢ଼ ସଂକଳ୍ପ ନେବାପାଇଁ ସୂଚାଇ ଦେଇଛନ୍ତି ।

ତତ୍ ସହିତ ଓଡ଼ିଆ ବିଭାଗ ମୁଖ୍ୟ ଡ଼. ସୁରେନ୍ଦ୍ର ଶବର ଓଡ଼ିଆ ଭାଷାର ମୌଳିକତା କୁ ଉଲ୍ଲେଖ କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ସଞ୍ଜୟ କୁମାର ଭୂୟାଁ ଭାରତର ଉନ୍ନତି ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଛନ୍ତି । ଏହା ସହିତ ଉକ୍ତ ପାଠଚକ୍ରରେ ଓଡ଼ିଆ ବିଭାଗ ଅଧ୍ୟାପିକା ବର୍ଷାରାଣୀ ପାଣିଗ୍ରାହୀ ଏବଂ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଶିବାନୀ ପରିଡା ସହଯୋଗ କରିଥିବା ବେଳେ ବିଭାଗର ଅନ୍ୟତମ ଅଧ୍ୟାପକ ଶ୍ରୀ କୁରେଶ ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

ଏତଦ୍ ବ୍ୟତୀତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ରସାୟନ ବିଭାଗ ମୁଖ୍ୟ ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଏବଂ ଉଭୟ ବିଭାଗର ବହୁ ଛାତ୍ର ଛାତ୍ରୀଙ୍କ ଯୋଗ ଦାନ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

