ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ମହାସଂଘ ର ଡାକରା ରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ! ସଂଘର ସଭାପତି ଅନିଲ କୁମାର ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ବେଗୁନିଆପଡା ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଙ୍କ ପ୍ରାଙ୍ଗଣରୁ ଏକ ରାଲିରେ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯାଳୟ ରେ ପହଂଚି ଏକ ସଭା କରି ସରକାର ଙ୍କ ଶିକ୍ଷକ ପ୍ରତି ବୈମାତୃକ ମନୋଭାବ ଏବଂ ୩ଦଫା ଦାବି ଉପରେ ଆଲୋଚନା କରା ଯାଇ ଥିଲା ! ଏହା ପରେ ବି ଇ ଓ ସୀତାରାମ ପାତ୍ର ଙ୍କ ଅନୁପସ୍ଥିତି ରେ ଏ ବି ଇ ଓ ସୁଷମା ଶବର ଙ୍କ ଦାବିପତ୍ର ପ୍ରଦାନ କରାଯାଇଛି !

ସେମାନଙ୍କ ଦାବି ହେଲା ଶିକ୍ଷକ ମାନଙ୍କୁ ଠିକ କର୍ମଚାରୀ ରୁ ଉଛେଦ କରାଯାଉ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରାଯାଉ, ପୁରାତନ ହାରରେ ପେନସନ ପ୍ରଦାନ କରାଯାଉ ! ଉକ୍ତ ଦାବିଗୁଡିକ ପୂରଣ ନ ହେଲେ ଆସନ୍ତା 27 ତାରିଖ ରୁ ବିଧାନସଭା ଘେରାଉ କରାଯିବା ସହ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ! କାର୍ଯ୍ୟକାରୀ ସଭାପତି ପଙ୍କଜ କୁମାର ବେହେରା,ଉପସଭାପତି ଅଶ୍ୱିନୀ କୁମାର ପ୍ରହରାଜ, ରବୀନ୍ଦ୍ର କୁମାର ସେଠି, ନାରାୟଣ ଜେନା, ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର ଭୂୟାଁ, କୋଷାଧକ୍ଷ ପି. କୃଷ୍ଣ ଚନ୍ଦ୍ର ଦୋରା, ମିଡ଼ିଆ ସଂଯୋଜକ ରବୀନ୍ଦ୍ର ନାଥ ମହାରଣା ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।


