ସୋରଡା,( ଲିଟୁ କୁମାର ବିଷୋୟୀ): ଗଞ୍ଜାମ ଶିକ୍ଷା ଜିଲ୍ଲା ସୋରଡା ଗୋଷ୍ଠୀ ଶିକ୍ଷା ନିୟନ୍ତ୍ରଣ ପରିସର ଅନ୍ତର୍ଗତ ସିଦ୍ଧପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ବେଶ ଧୁମ୍ ଧାମ ରେ ପାଳିତ ହୋଇଛି। ଏହି ଉତ୍ସବରେ ସୋରଡା ଗୋଷ୍ଠି ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ହିଞ୍ଜିଳିକାଟୁ ଗୋଷ୍ଠି ଶିକ୍ଷାଧିକାରୀଣୀ ଚାନ୍ଦିନୀ ପଣ୍ଡା ଓ ଅବସର ପ୍ରାପ୍ତ ସୋରଡା ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ସରପଞ୍ଚ ସୁଶିଳା ମଳିକ, ଏବିଇଓ ପିତାମ୍ବର ନାୟକ, ସି ଆର ସି ସି ସି ସୀମାଞ୍ଚଳ ଦଳେଇ ମଞ୍ଚାସୀନ ଥିଲେ। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଇନାଥ ଗୌଡ଼ ମଞ୍ଚ ପରିଚାଳନା ଓ ଆବାହକ ଦାୟିତ୍ୱ ତୁଲାଇଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି। ଏନ୍ ଆଇ ଓ ଏସ ଓ ଏସ ଆଇ ଓ ଏସରେ ଆଡ୍ ମିଶନ ପାଇଁ ସଚେତନତା କରାଯାଇ ୩ଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଆଡ଼ମିଶନ କରାଯାଇଛି । ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରମ ହୋଇଥଲା। ପ୍ରଧାନ ଶିକ୍ଷକ ବାଇନାଥ ଗୌଡ଼ ଧନ୍ୟବାଦ ଦେଇଥିଲେ।

