ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ଡାକରାରେ ଗଞ୍ଜାମ ଜିଲ୍ଲାର ଆର ବି ଏସ କେ ଆୟୁଷ ଡାକ୍ତରମାନେ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ! ଉଲେଖଯୋଗ୍ୟକି ମାନ୍ୟବର ଓଡ଼ିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ବି.ଏସ୍.କେ ଆୟୁଷ ଡାକ୍ତରମାନେ ଦୀର୍ଘ ୦୯ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରିଆସୁଛନ୍ତି ! ସେମାନେ ଜନ୍ମରୁ ଅଠର ବର୍ଷ ବୟସର ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା, ରୋଗ ଚିହ୍ନଟ କରିବା ସହ ସେମାନଙ୍କୁ ନିରବଚ୍ଛିନ୍ନ ଭାବରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ତତ୍ ସଙ୍ଗେ ସଙ୍ଗେ ସାଧାରଣ ଜନତାଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି! ବିଭିନ୍ନ ଦୈବୀ ଦୁର୍ବିପାକ, ମହାମାରୀ ତଥା କୋୖଣସି ବି ଜରୁରୀ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇବାକୁ ପଛାଇ ନାହାନ୍ତି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି କରୋନା ମହାମାରୀ ସଙ୍କ୍ରମଣ ସମୟର କଥା । କିନ୍ତୁ ଏହି ୧୨୭୨ ଜଣ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତିକି ମାନ୍ୟବର ଓଡ଼ିଶା ସରକାର ସେମାନଙ୍କର ଅନୁରୋଧ ରକ୍ଷାକରି ସେମାନଙ୍କର ଚାକିରୀକୁ ସ୍ଥାୟୀକରଣ କରିବେ, ଯେମିତି ଏଇ ଅଳ୍ପଦିନ ତଳେ ଶତାବନ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ କରେଇଲେ ! ଯଦି ଚଳିତ ଫେବୃଆରୀ ମାସ ୧୦ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡ଼ିଶା ସରକାର ସେମାନଙ୍କର ନାଯ୍ୟ ଦାବି ଯଥା ନିଯୁକ୍ତିକୁ ସ୍ଥାୟୀ କରାଯିବା ସମ୍ବନ୍ଧରେ କିଛି ନିଶ୍ଚିତ ପଦକ୍ଷେପ ନ ନେବେ ମାନ୍ୟବର ଓଡିଶା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ଗୋଟିଏ ଜରୁରୀ ବିଭାଗରେ ସମ୍ମାନଜନକ ପଦବୀରେ କାର୍ଯ୍ୟରତ ଥାଇ ମଧ୍ୟ ନିଜର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟସ୍ଥଳରେ ଚଳିତ ଫେବୃଆରୀ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି ମାନ୍ୟବର ଓଡ଼ିଶା ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇବାକୁ ବାଧ୍ୟ ହେବେ ! ଯଦି ଚଳିତ ଫେବୃଆରୀ ମାସ ୧୫ ତାରିଖ ମଧ୍ୟରାତ୍ର ସୁଦ୍ଧା ମାନ୍ୟବର ଓଡ଼ିଶା ସରକାର ସେମାନଙ୍କ ଦାବି ପୂରଣ ସମ୍ବନ୍ଧରେ କିଛି ସକାରାତ୍ମକ ପଦକ୍ଷେପ ନନେଲେ ତେବେ ସେମାନେ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ଦୈନନ୍ଦିନ କାର୍ଯ୍ୟରେ ଶାନ୍ତିପୂର୍ଣ୍ଣ ଅସହଯୋଗ କରିବେ । ଏସବୁ ସତ୍ତ୍ୱେ ମଧ୍ୟ ଯଦି ମାନ୍ୟବର ଓଡ଼ିଶା ସରକାର ଚଳିତ ଫେବୃଆରୀ ମାସ ୧୯ ତାରିଖ ମଧ୍ୟରାତ୍ର ସୁଦ୍ଧା ଦାବି ପୂରଣ ସମ୍ବନ୍ଧରେ କିଛି ନିଶ୍ଚିତ ପଦକ୍ଷେପ ନ ନିୟନ୍ତି ତେବେ ସେହି ଠିକା ପ୍ରଥାରେ କାର୍ଯ୍ୟରତ ୧୨୭୨ ଆର୍.ବି.ଏସ୍.କେ ଆୟୁଷ ଡାକ୍ତର ଚଳିତ ଫେବୃଆରୀ ମାସ ୨୦ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହିତ ଭୁବନେଶ୍ବରର ଲୋୟର ପି.ଏମ୍.ଜି. ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବେ ବୋଲି ରାଜ୍ୟ ଆର ବି ଏସ ଆୟୁଷ ଡାକ୍ତର ସଙ୍ଘ ତରଫରୁ ଚେତାବନୀ ଦେଇଛନ୍ତି, ଦରକାର ପଡିଲେ ସପରିବାର ଭୁବନେଶ୍ବରର ଲୋୟର ପି.ଏମ୍.ଜି. ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିବେ ବୋଲି ଦୃଢ ପଦକ୍ଷେପ ନେଇଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
