କୋଦଳା (୧୬/୧୧/୨୦୨୨
ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଦାବି ଉଠାଇଛି ଓଡ଼ିଶା ଆଉଟସୋର୍ସିଂ କର୍ମଚାରୀ ସଂଘ।
ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଉଟସୋର୍ସିଂ କର୍ମଚାରୀ ମାନେ ସ୍ଥାୟୀ ନିଯୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବୁଧବାର କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର, ସୁଇପର ଭଳି ଆଉଟସୋର୍ସିଂ କର୍ମଚାରୀ ମାନେ ମେଡିକାଲ ପରିଚାଳନା ଦାୟିତ୍ବରେ ଥିବା ଡାକ୍ତର ଆଦିତ୍ୟ ପ୍ରସାଦ ସାହୁଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାବି ପତ୍ର ପ୍ରଦାନ କରିଛନ୍ତି। ଉକ୍ତ କର୍ମଚାରୀ ମାନେ ଏଲ୍ କେ ସର୍ଭିସ ନାମକ ଏକ ଏଜେନ୍ସି ମାଧ୍ୟମରେ କାର୍ଯ୍ଯ କରୁଛନ୍ତି ।ମାସିକ ମାତ୍ର ୮ ରୁ ୧୦ ହଜାର ଟଙ୍କା ପାଉଥିବା ବେଳେ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଠିକା ବ୍ଯବସ୍ଥା ଭଳି ଆଉଟସୋର୍ସିଂ ବ୍ଯବସ୍ଥାର ଉଛେଦ କରାଯିବା, ସମସ୍ତ ଆଉଟସୋର୍ସିଂ କର୍ମଚାରୀ ମାନଙ୍କୁ ତୁରନ୍ତ ସ୍ଥାୟୀ କରାଯିବା ସହ ସରକାର ପୂର୍ବରୁ ଘୋଷଣା କରିଥିବା ୧୨ ଟି ସବୈତନିକ ଛୁଟିକୁ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି। ଗଞ୍ଜାମ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘର ନିଷ୍ପତ୍ତି ଅନୁସାରେ ସମସ୍ତ କର୍ମଚାରୀ ମାନେ ଗତ ୧୪ ରୁ ୧୯ ପର୍ଯ୍ୟନ୍ତ କଳା ବ୍ଯାଚ୍ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଭୁବନେଶ୍ଵର ଲୋଏର୍ ପିଏମଜି ରାଜରାସ୍ତାରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
